
ଚଣ୍ତିଖୋଲ : ବଡ଼ଚଣା ବ୍ଲକ୍ ବିକ୍ରମତିରଣ ପଞ୍ଚାୟତ ଗୋବଣ୍ତିଆ (ପାଗଳଡିହ) ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି। ସେ ହେଲା ସେହି ଗାଁର ପ୍ରମୋଦ ସ୍ବାଇଁଙ୍କ ଏକମାତ୍ର ପୁଅ ପଙ୍କଜ (୧୬)। ସେ ଗତ ଗୁରୁବାରଠାରୁ ନିଖୋଜ ଥିଲା। ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଗତକାଲି ସକାଳେ ଘର ପାଖ ପୋଖରୀରେ ପଙ୍କଜର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କୌଣସି କାରଣରୁ ସେ ପୋଖରୀରେ ବୁଡ଼ିଯିବାରୁ ମୃତ୍ୟୁ ହୋଇଥିବା କୁହାଯାଉଛି। ଏନେଇ ପ୍ରମୋଦ ସ୍ବାଇଁ ବାଲିଚନ୍ଦ୍ରପୁର ଥାନାରେ ଜଣାଇବା ପରେ ପୁଲିସ ଶବ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଥିଲା।
The post ପୋଖରୀରେ ବୁଡ଼ି ନାବାଳକ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/31ECZsW
0 Comments