
ବାରିପଦା: ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଳ ହାଟରେ ଏକ ହତ୍ୟାକାଣ୍ଡ ଘଟିଛି। ଅତର୍କିତ ଆକ୍ରମଣରେ ଜଣେ ସଡ଼ୁଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ହେଲେ ରବୀନ୍ଦ୍ର ନାଥ ନାୟକ। ଏହି ମାମଲାର ଅଭିଯୁକ୍ତ କାର୍ତ୍ତିକ ନାୟକଙ୍କୁ କପ୍ତିପଦା ଥାନା ପୁଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ରବୀନ୍ଦ୍ର ଏବଂ କାର୍ତ୍ତିକ ସମ୍ପର୍କରେ ଦୁଇ ସଡ଼ୁ। ରବୀନ୍ଦ୍ର ଅସୁରଖାଳ ହାଟରେ ବସିଥିବା ବେଳେ କାର୍ତ୍ତିକ ନାୟକଙ୍କ ସହ ତାଙ୍କର ବଚସା ହୋଇଥିଲା। ଉତ୍ତ୍ୟକ୍ତ ହୋଇ କାର୍ତ୍ତିକ ରବୀନ୍ଦ୍ରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ ମାରି ମାରି ଦରମରା କରିବା ପରେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ।
ପରେ ରବୀନ୍ଦ୍ରଙ୍କୁ ଉଦଳା ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ କାର୍ତ୍ତିକ ନାୟକଙ୍କୁ କପ୍ତିପଦା ଥାନା ପୁଲିସ ଗିରଫ କରିଛି। ଥାନା ଅଧିକାରୀ ସଞ୍ଜୟ ପ୍ରଧାନ ଏନେଇ ଅଧିକ ତଦନ୍ତ କରୁଥିବା ଜଣାଯାଇଛି।
The post ସଡ଼ୁଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/2HcROMz
0 Comments