ପାରଳାଖେମୁଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକ ଜି. ନାଗେଶ୍ଵର ରାଓଙ୍କ ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ନଗର ଦ୍ବିତୀୟ ଲାଇନରେ ଭିଜିଲାନ୍ସ ଚଢ଼ଉ ଜାରି ରହିଥିବାର ଖବର ମିଳିଛି। ତାଙ୍କର ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ଉ ଚାଲିଥିବା ନେଇ ସୂଚନା ମିଳିଛି। ପାରଳା ସହରର ବଡ଼ ବ୍ରାହ୍ମଣ ସାହି, ବେତାଗୁଡା, ଚିପୁରୁ ପଲ୍ଲୀ ସମେତ ୬ଟି ଜାଗାରେ ଚଢ଼ଉ ଜାରି ରହିଛି।


ମିଳିଥିବା ସୂଚନା ମୁତାବକ ଜି. ନାଗେଶ୍ଵର ରାଓ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡିସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ମାନ ସୁଦ୍ଧା ୩୦ଲକ୍ଷ ଟଙ୍କାରୁ ଅଧିକ ନଗଦ ମିଳିଥିବା ବେଳେ ଆନୁମାନିକ ୨କୋଟି ଟଙ୍କା ମୂଲ୍ୟର ଘର ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଗାଡ଼ି ମିଳିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନ ଚଢ଼ଉ ଚାଲିଥିବା ବେଳେ ଏହା ସରିଲେ ତାର ସମୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛି ବିଭାଗ।

The post ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ଉ first appeared on Sambad.



from ଜିଲ୍ଲା – Sambad https://ift.tt/2IFLZaJ