
ବଲାଙ୍ଗୀର: ବଲାଙ୍ଗୀରର ଏକ ସରକାରୀ ବାସଭବନରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରଶେଖର ନଗରରେ ଥିବା ଏକ ଘରୁ ମୃତଦେହ ଉଦ୍ଧାର ସୂଚନା ରହିଛି। ଏଲଆଇସି ଅଫିସ ପଛପଟେ ଥିବା ସରକାରୀ ବାସଭବନରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ସନ୍ଦେହଜନକ ଅବସ୍ଥାରେ ଟାଉନ ଥାନା ପୁଲିସ୍ ଆଜି ସକାଳେ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ସୂଚନା ରହିଛି।
ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ପୁଡ଼ାସିଂଘା ଗାଁରେ ବୋଲି ଜଣାପଡ଼ିଛି । ବୃଦ୍ଧ ଜଣଙ୍କର ମୃତଦେହ ଘର ଭିତରେ ପଡ଼ି ରହିଥିବା ବେଳେ ଝରକାରେ ବନ୍ଧା ଅବସ୍ଥାରେ ବୃଦ୍ଧାଙ୍କ ବେକରେ ଦଉଡ଼ି ଲାଗିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କ ଶବକୁ ନେବାକୁ ତାଙ୍କର ଝିଅ ରାଜି ହେଉନଥିବା ସୂଚନା ମିଳିଛି ।
The post ବଲାଙ୍ଗୀର: ସରକାରୀ ବାସଭବନରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର first appeared on Sambad.
from ଜିଲ୍ଲା – Sambad https://ift.tt/34aL3U1
0 Comments