ବାଲେଶ୍ୱର/ଚାନ୍ଦିପୁର : ଶୁକ୍ରବାର ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚ୍‌ପ୍ୟାଡରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରିକାଳୀନ ପରୀକ୍ଷଣ କରାଯାଇଛି। ସଂଧ୍ୟା ୭ଟା ୩୪ ମିନିଟ୍‌ରେ ଏହି ପରୀକ୍ଷଣ ସଫଳ ହୋଇଥିବା ବିଭାଗୀୟ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଏହି ମଧ୍ୟମ ଦୂରଗାମୀ ପୃଥ୍ବୀ-୨ କ୍ଷେପଣାସ୍ତ୍ରକୁ ଏକ ଚଳମାନ ଯାନରୁ ଛଡ଼ାଯାଇଥିଲା। ଏହାର ଲମ୍ବ ୯ ମିଟର ରହିଥିବା ବେଳେ ୩୫୦ କିଲୋମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କ୍ଷମତା ରଖିଛି। ଡିଆର୍‌ଡିଓର ରାଡାର, ଟେଲିମେ‌ଟ୍ରି ଷ୍ଟେସନ ସହାୟତାରେ ଏହାର ଗତିପଥ ଉପରେ ନଜର ରଖାଯାଇଥିଲା। ୨୦୦୩ ମସିହା‌ରୁ ଭାରତୀୟ ସେନାରେ ନିୟୋଜିତ ହୋଇସାରିଥିବା ଏହି କ୍ଷେପଣାସ୍ତ୍ର ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ।

The post ପୃଥ୍ବୀ-୨ର ରାତ୍ରିକାଳୀନ ପରୀକ୍ଷଣ ସଫଳ first appeared on Sambad.



from ଜିଲ୍ଲା – Sambad https://ift.tt/31hWojn