
ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ ୬ ମାସରେ ଆଜି ପ୍ରଥମ ଥର ପାଇଁ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦୦କୁ ଓହ୍ଲାଇଛି।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁସାରେ, ଆଜି ସକାଳ ସୁଦ୍ଧା ଖୋର୍ଦ୍ଧା ଗ୍ରାମାଂଚଳରେ ମୋଟ ୪୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରୁ ବାଲିଅନ୍ତା, ବାଲିପାଟଣାରୁ ୨ଜଣ ଲେଖାଏଁ, ଚିଲିକା–ବାଲୁଗାଁ, ବାଣପୁରରୁ ଜଣେ ଲେଖାଏଁ, ଖୋର୍ଦ୍ଧା ବ୍ଲକ–ପୌରାଂଚଳ ଓ ବେଗୁନିଆରୁ ୬ଜଣ ଲେଖାଏଁ, ଭୁବନେଶ୍ବର ବ୍ଲକରୁ ୪, ଜଟଣୀ ବ୍ଲକ ଓ ପୌରାଂଚଳ ଏବଂ ବୋଲଗଡ଼ରୁ ୫ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଟାଙ୍ଗୀରୁ ସର୍ବାଧିକ ୯ଜଣ ଚିହ୍ନଟ ହୋଇଛନ୍ତି। ଏହା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୨୨୮ ହୋଇଛି। ଅପରପକ୍ଷରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ୮୬ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୧, ୭୮୨ ହୋଇଛି। ଗତ ୭ ଦିନ ମଧ୍ୟରେ ଗ୍ରାମାଂଚଳରେ କୌଣସି ସଂକ୍ରମଣ ଜନିତ ମୃତ୍ୟୁ ଘଟିନଥିବା ବେଳେ ୩୯୦ଜଣ ସଂକ୍ରମିତ ବର୍ତମାନ ଚିକିତ୍ସାଧୀନ ଅଛନ୍ତି।
The post ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା: ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ସଂଖ୍ୟା ୩୦୦କୁ ହ୍ରାସ first appeared on Sambad.
from ଜିଲ୍ଲା – Sambad https://ift.tt/3dTuu2k
0 Comments