
ବଲାଙ୍ଗୀର : କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ବରସ୍ଥିତ କେୟାର ହସପିଟାଲରେ ଚିକିତ୍ସାଧୀନ ଥିବା ବିଶିଷ୍ଟ ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜାଣିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ଅସ୍ଥିମଜ୍ଜା କର୍କଟ ରୋଗର ଉପଚାର ପାଇଁ ନିକଟରେ କେମୋ ଥେରାପି କୋର୍ସ ଶେଷ କରିଥିଲେ। ସେ କିଛିଦିନ ମଧ୍ୟରେ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ଭେଲୋର ଯିବାର ଥିଲା। ତେବେ ତିନି ଦିନ ତଳେ ଅଚାନକ କରୋନା ପଜିଟିଭ ଥିବା ଜଣାପଡ଼ିବାରୁ ତାଙ୍କୁ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।
The post ସମାଜସେବୀ ଲଳିତ ନାୟକ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3kc065E
0 Comments