କଟକ : ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏ ସଂପର୍କିତ ଆଇନକୁ ଚାଲେଞ୍ଜ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶିଷ୍ଟ ଶିକ୍ଷାବିତ ତଥା ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ଆଇନକୁ ଚାଲେଞ୍ଜ କରିବା ପାଇଁ ପ୍ରଫେସର ମହାନ୍ତିଙ୍କୁ ଖଣ୍ଡପୀଠ ଅନୁମତି ଦେବା ସହିତ ଅଧ୍ୟାଦେଶକୁ ବିରୋଧ କରି ଦାୟର ଏହି ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଥିବା ବେଳେ ଏ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ଏଭଳି ସ୍ଥିତିରେ ପ୍ରଫେସର ମହାନ୍ତି ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମୋହନ ପରାଶରନ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ସହାୟତା କରୁଥିଲେ।

The post ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂ‌‌ଶୋଧନ ଆଇନକୁ ଚାଲେଞ୍ଜ ପାଇଁ ଅନୁମତି first appeared on Sambad.



from ଜିଲ୍ଲା – Sambad https://ift.tt/3jf7tbd