ରାଉରକେଲା : ଟ୍ରକ୍ ଧକ୍କାରେ ବୀରମିତ୍ରପୁରର ବିଏସଏଲ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଝାରଖଣ୍ଡର ଜୟମାସୀ କୁଲୁ (୫୨)l ଆଜି ସକାଳ ପ୍ରାୟ ୯ଟା ସମୟରେ ଜୟମାସୀ କପିଳାସରୁ ବ୍ଳାଷ୍ଟିଙ୍ଗ ସାରି ଅଫିସକୁ ବାଇକରେ ଫେରୁଥିଲେl ୧୪୩ ନମ୍ବର ଜାତୀୟ ରାଜପଥ ରେଳ ଲାଇନ୍ ନିକଟରେ ଏକ ଟ୍ରକ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲାl ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲାl

ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। କ୍ଷତିପୂରଣ ଦାବିରେ ଗାଙ୍ଗପୁର ଶ୍ରମିକ ୟୁନିୟନ ଶ୍ରମିକମାନେ ଜାତୀୟ ରାଜପଥରେ ଶବ ରଖି ଧାରଣାରେ ବସିଛନ୍ତି l ବୀରମିତ୍ରପୁର ପୁଲିସ ପହଞ୍ଚି ଉତ୍ତେଜିତ ଶ୍ରମିକମାନଙ୍କୁ ବୁଝାଶୁଝା କରୁଛନ୍ତିl ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ପୁଲିସ୍ l

 

The post ଟ୍ରକ୍ ଧକ୍କାରେ ବିଏସଏଲ୍ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ଜାତୀୟ ରାଜପଥ ଅବରୋଧ first appeared on Sambad.



from ଜିଲ୍ଲା – Sambad https://ift.tt/37uBqSl