
କୋରାପୁଟ : ପୁଣି ମାତିଛନ୍ତି ଲୁଟେରା। ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ବୋରିଗୁମ୍ମା ରାସ୍ତାରେ ବାହାଘର ପାଇଁ ଯାଉଥିବା ଏକ କନ୍ୟା ଗାଡ଼ିକୁ ଅଟକାଇ ୧୫ ଭରି ସୁନା ସହ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ କୋରାପୁଟ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି। ସନ୍ଦେହରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇନି। ଏହି ଘଟଣା ସମଗ୍ର କୋରାପୁଟରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁସାରେ, ବିଜୟନଗରମରୁ ଏକ ପରିବାର ବୁଧବାର ବିଳମ୍ବିତ ରାତିରେ କୋରାପୁଟରୁ ରାଣିଗଡ଼ ଦେଇ ବୋରିଗୁମ୍ମା ଯାଉଥିଲେ। ବୋରିଗୁମ୍ମାରେ ବାହା ହେବା ପାଇଁ ଏହି ଗାଡ଼ିରେ କନ୍ୟା ଆସୁଥିଲାବେଳେ କୋରାପୁଟ ସଦର ଥାନା ଅନ୍ତର୍ଗତ ଘୋଡ଼ାଦର ଛକ ନିକଟରେ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଗାଡ଼ିକୁ କିଛି ଦୁର୍ବୃତ୍ତ ଅଟକାଇଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗାଡ଼ିରେ ବସିଥିବା ଲୋକଙ୍କ ଡରାଇବା ସହ ସେମାନଙ୍କ ପାଖରୁ ସୁନା ଅଳଙ୍କାର ସବୁ ଲୁଟି ନେଇଥିଲେ। ଏହାସହ ସେମାନଙ୍କ ପାଖରେ ଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ନେଇଯାଇଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ସହ ଭୁଜାଲି ଓ ରଡ୍ ଦେଖାଇବାରୁ ଏମାନେ ପ୍ରତିରୋଧ କରି ପାରି ନ ଥିଲେ। ଏପରିକି ସେମାନେ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ଡକାୟତିର ଶିକାର ହୋଇଥିବା ପରିବାର ପକ୍ଷରୁ ଆଜି ସକାଳେ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
The post କୋରାପୁଟରେ ଆଲୋଡ଼ନ : କନ୍ୟା ଗାଡ଼ିକୁ ଅଟକାଇ ସଶସ୍ତ୍ର ଲୁଟ୍ first appeared on Sambad.
from ଜିଲ୍ଲା – Sambad https://ift.tt/2GbjfWB
0 Comments