
ପ୍ରତାପୁର : ଅହିରାଜ ସହ ଲଢ଼ିଲା ପୋଷା ଦେଶୀ କୁକୁର। ଏତେବଡ଼ ସାପ ତା’ ଦେହରେ ଗୁଡ଼େଇ ହୋଇ ଯାଇଥିଲେ ବି ଜୀବନକୁ ପାଣି ଛଡ଼ାଇ କୌଣସି ପରିସ୍ଥିତିରେ ବି ମାଲିକଙ୍କ ଘରକୁ ପଶିବାକୁ ଦେଲାନି। ମାଲିକଙ୍କ ପ୍ରତି ଭକ୍ତି ଆଉ ବିଶ୍ବସନୀୟତାର ପ୍ରମାଣ ଦେଇ ପ୍ରଶଂସା ସାଉଁଟିଲା। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତ ବଣିଆପଲ୍ଲୀ ଗ୍ରାମରେ ଏଭଳି ଏକ ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ବଲ୍ଲଭ ନାଇକ ଆଜି କୌଣସି କାମରେ ବାହାରକୁ ଯାଇଥିବା ବେଳେ ଘରର କବାଟ ଖୋଲାଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ୬ଫୁଟ ଲମ୍ବର ଏକ ଅହିରାଜ ସାପ ତାଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲା। କିନ୍ତୁ ଘରର ଦ୍ବାର ପାଖରେ ଶୋଇଥିବା ତାଙ୍କ ପୋଷା କୁକୁର ସାପକୁ ଦେଖି ଭୁକିବା ସହ ଘର ଭିତରକୁ ଛାଡ଼ି ନଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍ ଧରି ସଂଘର୍ଷ ଚାଲିଥିଲା। ଶେଷରେ ସାପଟି କୁକୁର ଦେହରେ ଗୁଡ଼େଇ ହୋଇ ତାକୁ କାମୁଡ଼ିବାକୁ ଚେଷ୍ଟା କରିଥିଲା। କିନ୍ତୁ କୁକୁର ଏହାର ମୁକାବିଲା କରିବା ସହ ଜୋର୍ ଭୁକିବାରୁ ଶବ୍ଦ ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚି ଯାଇଥିଲେ। ଆଉ ସାପକୁ ପ୍ରହାର କରି କୁକୁରକୁ ଉଦ୍ଧାର କରିଥିଲେ। କୁକୁରଟି ସୁସ୍ଥ ଥିବା ବେଳେ ତା’ ପାଇଁ ସେ ଗର୍ବିତ ବୋଲି ବଲ୍ଲଭ କହିଛନ୍ତି।
The post ଅହିରାଜ ସହ ଲଢ଼ିଲା କୁକୁର; ଘରେ ପୂରାଇଦେଲାନି, ମାଲିକଙ୍କ ପରିବାରକୁ ବଞ୍ଚାଇଲା first appeared on Sambad.
from ଜିଲ୍ଲା – Sambad https://ift.tt/35P24me
0 Comments