
ସୁନ୍ଦରଗଡ଼: ଵାରହା ଧରିବାକୁ ଵିଛା ଯାଇଥିବା ଵିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଲେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବଡ଼ଵାହାଲ ଗାଁର ପ୍ରଫୁଲ୍ଲ ଗିଧ (୩୭)।
ରାତିରେ ବାରହା ଧରିଵାକୁ ଵିଦ୍ୟୁତ ତାର ବିଛା ଯାଇଥିଲା। ଆଜି ଭୋର ସମୟରେ ବଡ଼ଵାହାଲ ଗାଁର ପ୍ରଫୁଲ୍ଲ ଗିଧ ଶୌଚ ପାଇଁ ଯାଇଥିବା ବେଳେ ସେଥିରେ ଛନ୍ଦି ହୋଇ ଯାଇଥିଲେ। ଆଜି ସକାଳୁ ଗାଁ ଲୋକେ ଏହା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ବ୍ୟଵଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। କିଏ ତାର ଵିଛାଇଥିଲା ତାହା ଏଯାଏଁ ଜଣାପଡ଼ି ନାହିଁ।
The post ଵାରହା ଧରିବାକୁ ଵିଛା ଯାଇଥିବା ଵିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3oolmr7
0 Comments