
ଯାଜପୁର: ଯାଜପୁର ପୌରପାଳିକାର ସ୍ବାସ୍ଥ୍ୟକର୍ମୀ ଲୋକେଶ ପଣ୍ଡାଙ୍କ କରୋନାରେ ପରଲୋକ ଘଟିଥିବା ଜଣାଯାଇଛି। କରୋନା ସଂକ୍ରମଣ ସମୟରେ ସେ ଯାଜପୁର ପୌରପାଳିକାରେ କାର୍ଯ୍ୟ କରୁଥିଲେ। ସମସ୍ତ କୋଭିଡ କେୟାର୍ ସେଣ୍ଟରର ତଦାରଖ କରିବା ସହ ପଜିଟିଭ୍ ଚିହ୍ନଟ ରୋଗୀଙ୍କ ହୋମ ଭିଜିଟ୍ ଆଦି କାର୍ଯ୍ୟରେ ସେ ନିୟୋଜିତ ହୋଇଥିଲେ।
ମୃତ କରୋନା ଯୋଦ୍ଧାଙ୍କୁ ଆଜି ଅପରାହ୍ନ ୩ ଟାରେ ବାରୁଣୀ ଶ୍ମଶାନରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ପୂର୍ବରୁ ସେ ବିଂଝାରପୁର ବ୍ଲକରେ ସ୍ଵାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିଲେ। କରୋନା ସଂକ୍ରମଣ ସମୟରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ଗୁରୁତ୍ବ ଦିଆଯାଇ ପ୍ରଶାସନ ପକ୍ଷରୁ ତାଙ୍କୁ ଯାଜପୁର ପୌରପାଳିକାରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ତାଙ୍କ ଘର ବିଂଝାରପୁର ଵ୍ଲକ ଶାସନପଡା ଅଞ୍ଚଳରେ ବୋଲି ଜଣାଯାଇଛି। ତାଙ୍କ ବିୟୋଗରେ ସ୍ବାସ୍ଥ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
The post ଯାଜପୁର ପୌରପାଳିକାର ସ୍ବାସ୍ଥ୍ୟକର୍ମୀଙ୍କ କରୋନାରେ ପରଲୋକ first appeared on Sambad.
from ଜିଲ୍ଲା – Sambad https://ift.tt/31BA44o
0 Comments