
ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ଏନଏସି ଅନ୍ତର୍ଗତ ଦୈନିକ ପରିବା ବଜାରରେ ଦୀର୍ଘ ଦିନରୁ ଲଗାତର ଭାବେ ମୋବାଇଲ ଚୋରି ହେଉଥିବା ବେଳେ ପୁଲିସ ଏହାର ଟେର ପାଉନଥିଲା। ଦାମୀ ମୋବାଇଲକୁ ନଜର ରଖି ବେଶ୍ ଚତୁରତାର ସହ ଚୋରମାନେ ଲୁଟି ନେଉଥିଲେ। ହେଲେ ଆଜି ଏହି ପରିବା ବଜାରରେ ମୋବାଇଲ ଚୋରି କରୁଥିବା ସମୟରେ ଲୋକମାନେ ଚୋରକୁ କାବୁ କରିନେଇ ବାନ୍ଧି ପକାଇଥିଲେ।
ଖବର ପାଇ ଭୁବନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଚୋରକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଚୋରର ଘର ଯାଜପୁର ଜିଲ୍ଲା ଡୁବୁରି ଥାନା ଅନ୍ତର୍ଗତ ସାରଙ୍ଗପୁର ଗ୍ରାମରେ ବୋଲି ଜଣାଯାଇଛି। ସେ ନିଜର ନାମ ତୋଫାନି ପ୍ରଧାନ ବୋଲି ସ୍ବୀକାର କରୁଥିବା ବେଳେ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ଓ ମୋବାଇଲ ଚୋର ରାକେଟ୍ ଧରାପଡ଼ିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଭୁବନ: ମୋବାଇଲ୍ ଚୋରକୁ ବାନ୍ଧି ପୁଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ first appeared on Sambad.
from ଜିଲ୍ଲା – Sambad https://ift.tt/3dFmWjA
0 Comments