
ରୁପସା: ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼ପଦା ପଂଚାୟତର ଲଛମନ ଖୁଣ୍ଟା ଗ୍ରାମର ଭରତ ସିଂଙ୍କ ପୁଅ ନନ୍ଦଲାଲ(୩୨) ଗତ ୩ ତାରିଖରୁ ନିଖୋଜ ଅଛନ୍ତି। ସେ କେଉଁଆଡ଼େ ଘର ଛାଡ଼ି ପଳାଇ ଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି।
ଜାଣିବାକୁ ମିଳିଛି ଯେ ନନ୍ଦଲାଲ ଆଦୌ କଥା କହିପାରନ୍ତି ନାହିଁ କି କିଛି ଶୁଣିପାରନ୍ତି ନାହିଁ ମଧ୍ୟ। ଘର ଲୋକ ଦୀର୍ଘ ୧୬ଦିନ ହେଲା ତାଙ୍କୁ ବିଭିନ୍ନ ଅଂଚଳରେ ଖୋଜାଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଉନାହାନ୍ତି। ପୁଅକୁ ଖୋଜାଖୋଜି କରି ନ ପାଇ ନନ୍ଦଲାଲଙ୍କ ବାପାମାଆ ବିବ୍ରତ ହୋଇ ପଡ଼ିବା ପରେ କୌଣସି ସହୃଦୟ ବ୍ୟକ୍ତି ତା’ର ସଂଧାନ ପାଇଲେ ତାଙ୍କ ବାପାଙ୍କୁ ଜଣାଇବାକୁ ନିବେଦନ କରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନନ୍ଦଲାଲଙ୍କ ବାପାଙ୍କ ଫୋନ୍ ନମ୍ବର ହେଉଛି- ୯୩୩୭୨୩୩୪୨୧ ।
The post ବାଲେଶ୍ବର: ମୂକ-ବଧିର ଯୁବକ ନିଖୋଜ, ସନ୍ଧାନ ପାଇଲେ ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ first appeared on Sambad.
from ଜିଲ୍ଲା – Sambad https://ift.tt/3m3oTJJ
0 Comments