
କୋରାପୁଟ/ ଲମତାପୁଟ: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଲ ଗାଁର ଗୋବର୍ଦ୍ଧନ ଦଳାଇଙ୍କ ନିର୍ମାଣାଧୀନ ଘରୁ ୮୧୨ କିଲୋଗ୍ରାମ ୭୦୦ ଗ୍ରାମ ଗଂଜେଇ ଜବତ ହୋଇଛି। ଏହି ସଂପର୍କରେ ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଚାଲିଛି। ତେବେ ଏଯାବତ୍ ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ।
ଏଣେ କୋରାପୁଟ ଜିଲ୍ଲାର ପାଡୁଆ ପୁଲିସ ଦ୍ୱାରା ୫୨୫ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି। ଏହି ଗଂଜେଇ କୋରାପୁଟରୁ ଆନ୍ଧ୍ରକୁ ଏକ ଗାଡ଼ିରେ ଯାଉଥିବା ବେଳେ ପାଡୁଆ ନିକଟରେ ଭୋର ସମୟରେ ଧରିଛି ପୁଲିସ। ତେବେ ପୁଲିସ ଆଖିରେ ଧୂଳି ଦେଇ ଗଂଜେଇ ବେପାରୀ ଚମ୍ପଟ ମାରିଛନ୍ତି। ଏହି ଘଟଣାରେ କାହାକୁ ଗିରଫ କରା ଯାଇ ପାରିନାହିଁ। ପାଡୁଆ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ପାଡୁଆ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଂଜେଇ ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/2JpvIHs
0 Comments