
ଜୟପୁର: ଦୁର୍ଦ୍ଦାନ୍ତ ଅପରଧୀ ତଥା ଗଂଜେଇ ମାଫିଆ ଇମରାନ୍ ଅଲ୍ଲୀ ରାଜା ଖାନ୍କୁ ପୁଲିସ ନବରଙ୍ଗପୁର ଜିଲ୍ଲା କୁନ୍ଦୁରଗୁଡା ନିକଟରୁ ଗିରଫ କରିଛି। ଏଥି ସହିତ ପୁଲିସ୍ ଇମରାନ୍ ପାଖରୁ ୩ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି।
ପୁଲିସ କହିଛି ଯେ, ଗିରଫ ପରେ ଇମରାନ୍କୁ କୋର୍ଟ ଚାଲାଣ କରାଯାଇଛି। ଇମରାନ୍ ଜଣାଶୁଣା ଗଂଜେଇ ମାଫିଆମାନଙ୍କ ମଧ୍ୟରୁ ଜଣେ। ଗଂଜେଇ ଚାଲାଣ ଘଟଣାରେ ପୁଲିସ ତାକୁ ଅନେକ ଥର ଗିରଫ କରିଛି। ବହୁବାର ଜେଲ ଯିବା ପରେ ମଧ୍ୟ ଇମ୍ରାନ ନିଜକୁ ସଂଶୋଧନ କରିପାରି ନାହିଁ। ତା’ ନାଁରେ ୧୦ରୁ ଉର୍ଦ୍ଧ୍ୱ ମାମଲା ରହିଛି।

ଗଂଜେଇ ମାଫିଆଙ୍କୁ ସାବାଡ଼ କରିବା ପାଇଁ କୋରାପୁଟ ପୁଲିସର କଡ଼ା ଆଭିମୁଖ୍ୟ ନେଇଛି। ଗଂଜେଇ ମାଫିଆଙ୍କ ଉପରେ ବଡ଼ଧରଣର ଧରପଗଡ଼ ଚଲାଇଛି। ଗତ ମାସକ ମଧ୍ୟରେ ଜୟପୁର ସହର ଓ ଏହାର ଆଖପାଖ ଅଂଚଳରୁ ୪୦ରୁ ଅଧିକ ଗଂଜେଇ ମାଫିଆଙ୍କୁ ଗିରଫ କରିସାରିଲାଣି ପୁଲିସ। ଆଗାମୀ ଦିନରେ ଏହା ଉପରେ ଆହୁରି ଚଢ଼ାଉ ତୀବ୍ରତର ହେବା ଆଶା କରାଯାଉଛି। ହେଲେ ଥମିବାର ନାଁ ନେଉନାହିଁ ଗଂଜେଇ ମାଫିଆଙ୍କ ଚୋରାଚାଲାଣ। ବିଭିନ୍ନ ବାହାନା କରି ବିଭିନ୍ନ ମାଧ୍ୟମରେ କେରାପୁଟ ଜିଲ୍ଲାରୁ ରାଜ୍ୟବାହାରକୁ ଗଂଜେଇ ଚାଲାଣ ହେଉଛି। ମାଫିଆମାନେ ଏହି ଠାରୁ କେଇ ଶହ ଟଙ୍କାରେ ଗଂଜେଇ କିଣି ରାଜ୍ୟବାହାରୁ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଲାଳସା ସେମାନଙ୍କୁ କୁପଥଗାମୀ କରୁଛି।
The post ଗଂଜେଇ ମାଫିଆ ଇମରାନ୍ ଅଲ୍ଲୀ ରାଜା ଖାନ ଗିରଫ, ୩.୩୦ ଲକ୍ଷ ଟଙ୍କା ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/3pnnRux
0 Comments