
ବୀରମହାରାଜପୁର: କିରୋସିନ ଢାଳି ହୋଇ ଆତ୍ମହତ୍ୟା କଲେ ଯୁବକ। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ଘଟିଛି ଏହି ଘଟଣା। ଆଜି ସକାଳୁ ଘରେ ଏକୁଟିଆ ଥିବାବେଳେ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ୨୫ ବର୍ଷୀୟ ତପନ ପଧାନ । ଘର ଲୋକ ଦେଖି ତୁରନ୍ତ ବୀରମହାରାଜପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।
ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବୁଲ୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ଡାକ୍ତରଖାନାରୁ ବାହାରିଲା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତପନ ଜଣେ ମାନସିକ ରୋଗୀ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।
The post କିରୋସିନ ଢାଳି ହୋଇ ଆତ୍ମହତ୍ୟା କଲେ ଯୁବକ first appeared on Sambad.
from ଜିଲ୍ଲା – Sambad https://ift.tt/36BfqD3
0 Comments