
ବରଗଡ଼ : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବରଗଡ଼ ଯୋଗାଣ ବିଭାଗ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ର ଛନ୍ଦି ହୋଇଛନ୍ତି। ଭିଜିଲାନ୍ସ ବିଭାଗ ଏକକାଳୀନ ବରଗଡ଼ କାର୍ଯ୍ୟାଳୟ ଓ ଖଜୁରଟିକ୍ରାର ଭଡ଼ାଘର, ବଲାଂଗୀରସ୍ଥିତ ତାଙ୍କ ପୈତୃକ ବାସଗୃହ ଏବଂ ସୋନପୁରର ଘର ଆଦି ୪ଟି ସ୍ଥାନରେ ଚଢ଼ଉ କରିଛି। ସୋମବାର ସକାଳୁ ପ୍ରଥମେ ଭିଜିଲାନ୍ସ ଟିମ୍ ଶ୍ରୀ ମିଶ୍ରଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଜେରା କରିଥିଲା। ଚଢ଼ଉ ବେଳେ ବରଗଡ଼, ସମ୍ବଲପୁର, ବଲାଂଗୀର ଏବଂ ସୋନପୁର ଭିଜିଲାନ୍ସ ଟିମ୍ ସାମିଲ ଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ତାଲିକା କରାଯାଇ ଶ୍ରୀ ମିଶ୍ରଙ୍କ ସଂପତ୍ତି ଆକଳନ ଚାଲିଛି।
The post ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ first appeared on Sambad.
from ଜିଲ୍ଲା – Sambad https://ift.tt/2UVNxQM
0 Comments