
ବଲାଙ୍ଗୀର: ସୋମବାର ସକାଳେ ବେଲପଡ଼ା ଥାନା ଅନ୍ତର୍ଗତ ଡେବ୍ରିପାଲି ଗାଁରେ ଜଣେ ନାବାଳିକାକୁ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।
ଜଳନ୍ତା ଅବସ୍ଥାରେ ନାବାଳିକା ଝିଅଟି ଭୟଭୀତ ହୋଇ ପଡ଼ୋଶୀଙ୍କ ଘରକୁ ଧାଇଁ ଆସିଥିଲା। ଚିକିତ୍ସା ନିମନ୍ତେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍ବେଗଜନକ ଥିବା କଥା ଜଣାପଡ଼ିଛି।
ନାବାଳିକାଙ୍କ ବାପା ଅରକ୍ଷିତ ନାଗ ହିଁ ଏଭଳି ଜଘନ୍ୟ କାଣ୍ଡ କରିଥିବା କଥା ଝିଅର ମାମୁଘର ଲୋକେ ଅଭିଯୋଗ କରିଛନ୍ତି। ଅରକ୍ଷିତ ଦୁଇଟି ବିବାହ କରିଛନ୍ତି।
ପୋଡ଼ିଯାଇଥିବା ନାବାଳିକା ହେଉଛନ୍ତି ତାଙ୍କ ପ୍ରଥମ ପତ୍ନୀଙ୍କର ଝିଅ। କୌଣସି କାରଣରୁ ପିଲାଟି ବେଳୁ ସେ ମାମୁଘରେ ରହୁଥିଲେ। ଗତ କିଛି ମାସ ତଳେ ଗାଁରେ ଆପୋସ ବୁଝାମଣା ପରେ ସେ ଝିଅ ଆସି ବାପାଙ୍କ ପାଖରେ ରହୁଥିଲେ। କିନ୍ତୁ, ବାପା ତାଙ୍କୁ ଘରେ ରଖିବାକୁ ଚାହୁଁ ନ ଥିଲେ। ସେହି କାରଣରୁ ହିଁ ସେ ଝିଅ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ମାମୁଘର ଲୋକେ କହୁଛନ୍ତି।
The post ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ; ବାପାଙ୍କ ନାମରେ ଅଭିଯୋଗ ଆଣିଲା ମାମୁଘର first appeared on Sambad.
from ଜିଲ୍ଲା – Sambad https://ift.tt/3pT3ohm
0 Comments