
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଡିହଡୋଲ ମହାବୀର ରୋଡ ପୂର୍ତ୍ତ ବିଭାଗ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି କଙ୍କଡାହାଡ଼ ବ୍ଳକ ପଙ୍ଗାତୀରା ଗ୍ରାମର ଡୁଲୁ ନାୟକ।
ସୂଚନା ମୁତାବକ ସେ ଆଜି ସକାଳେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେ ଗୁରୁତର ଭାବେ ଟଳି ପଡ଼ିଥିଲେ। ତେବେ ସ୍ଥାନୀୟ ଲୋକ ଦେଖିବା ପରେ ଆମ୍ବୁଲାନ୍ସ ଯୋଗେ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/362UrJm
0 Comments