
କୁତ୍ରା: ଦୀର୍ଘ ୨୫ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନା ବିରଜୁ ନିଜ ଜନ୍ମ ମାଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗଜଙ୍ଗର ପଡାକୁ ଫେରୁଥିବା ଏକ ଭିଡିଓ ପ୍ରଶାସନ ତରଫରୁ ଜାରି କରାଯାଇଛି । ପାକିସ୍ତାନ ଜେଲରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଭାରତକୁ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ କଟଙ୍ଗଜଙ୍ଗର ପଡାର ବିରଜୁ କୁଲୁଙ୍କୁ ଆଣିବାକୁ ଅମୃତସର ଯାଇଥିଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୁତ୍ରା ବ୍ଲକ୍ ମଙ୍ଗଳ ସମ୍ପ୍ରାସରଣ ଅଧିକାରୀ ମଦନ ସିଂହ ୨ ଜଣ ଗାଡି ଚାଳକ ଆସିକ୍ ମଲ୍ଲିକ ଓ ମହମ୍ମଦ ବାବରଙ୍କ ସହ ବୋଲେରୋ ଯୋଗେ ଅମୃତସର ଅଭିମୁଖେ ଯାଇଥିଲେ। ଦୀର୍ଘ ୫୭ ଘଣ୍ଟା ପରେ ସୋମବାର ବିରଜୁଙ୍କୁ ଭେଟି ଆଜି ତାଙ୍କୁ ନେଇ ଗାଁକୁ ଫେରୁଛନ୍ତି।
ବିରଜୁ ପାକିସ୍ତାନରୁ ଆସିବା ପରେ ପଞ୍ଜାବର ଅମୃତସରରେ ଥିବା ଏକ କୋଭିଡ ହସ୍ପିଟାଲରେ ଥିଲେ। କୁତ୍ରାରୁ ଅମୃତସର ୧୭୫୦ କିଲୋମିଟର ଦୂରରୁ ଉଦ୍ଧାର ହୋଇ ଆସିବାକୁ ଥିଵା ବିରଜୁଙ୍କୁ ସାରା ଗାଁ ଉତ୍କଣ୍ଠାର ସହ ଅପେକ୍ଷା କରିଛି।
ତେବେ ଏଇ ୨୫ ବର୍ଷ ଭିତରେ ସେ ନିଜର ମାତୃଭାଷା ଓଡିଆ , ନିଜର ଆଦିବାସୀ ଭାସା ଭୁଲିଯାଇଛନ୍ତି । ଯଦିଓ ସେ ନିଜର ଭାଷା ଭୁଲିଯାଇଛନ୍ତି ତଥାପି ନିଜର ଜିଲ୍ଲା, ରାଜ୍ୟ, ନିଜର ଜନ୍ମ ସ୍ଥାନ, ପିତାମାତାଙ୍କ ନାମ ତାଙ୍କର ଟିକେ ଟିକେ ମନେ ଅଛି । ତାଙ୍କ ପାଖରେ ପ୍ରଶାସନ ପହଞ୍ଚିବା ପରେ ବିରଜୁ ବର୍ତ୍ତମାନ ଗାଁ ମୁହାଁ ହୋଇଥିବାରୁ ପରିବାର ବର୍ଗରେ ଖୁସିର ଲହରୀ ଖେଳିଯାଇଛି। ୨୫ ବର୍ଷର ସ୍ମୃତି ତାଜା ହୋଇ ଉଠିଛି ।
The post ଗାଁ ମୁହାଁ ବିରଜୁ, କୁତ୍ରାରେ ଉତ୍ସବର ମାହୋଲ; ଦେଖନ୍ତୁ ଭିଡିଓ first appeared on Sambad.
from ଜିଲ୍ଲା – Sambad https://ift.tt/2IhKm2S
0 Comments