କୋରାପୁଟ: ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ କୋରାପୁଟ-ଜୟପୁର ରେଳପଥରେ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ରାତି ପ୍ରାୟ ସାଢେ ୧୨ଟା ବେଳେ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଛି। କୋରାପୁଟ-ଜୟପୁର ରେଳପଥର ମାନବର ଓ ଜରଟି ଷ୍ଟେସନ୍ ମଝିରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଟ୍ରେନଟି କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଲୁହାପଥର ଗୁଣ୍ଡ ବୋଝେଇ କରି ଯାଉଥିଲା।

The post କୋରାପୁଟ-ଜୟପୁର ରେଳପଥରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ first appeared on Sambad.



from ଜିଲ୍ଲା – Sambad https://ift.tt/2UedTxb