ଝାରସୁଗୁଡ଼ା: ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିବା ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ ଥିବା ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିରିଶ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଛି। ମୋବାଇଲ, ମୋବାଇଲ ଉପକରଣ, ଫ୍ରିଜ, ଲାପଟପ ପ୍ରଭୃତି ପୋଡ଼ି ଯାଇଥିବା ଜଣାଯାଇଛି। ମୋବାଇଲ ସହ ସମସ୍ତ ଆସବାବପତ୍ର ପୋଡ଼ିଯାଇଛି।


ଗତକାଲି ରାତି ପ୍ରାୟ ୨ ଟାରୁ ୨.୩୦ ସମୟରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲା ପୁଲିସ ପେଟ୍ରୋଲିଂ କରୁଥିବା ଗାଡ଼ି। ପୁଲିସ୍ ଦୋକାନରେ ନିଆଁ ଲାଗି ଜଳୁ ଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା। ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣା ସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ ଆୟତ୍ତ ହେଲା ବେଳକୁ ଦୋକାନର ସମସ୍ତ ମୋବାଇଲ ଜଳି ପୋଡି ପାଉଁଶ ହୋଇ ଯାଇଥିଲା।

ପ୍ରାୟ ୩୦ ଲକ୍ଷ ଟଙ୍କାର ମୋବାଇଲ, ମୋବାଇଲ ଉପକରଣ, ଫ୍ରିଜ, ଲାପଟପ ଜଳି ଯାଇଥିବାର ମୋବାଇଲ ଦୋକାନର ମାଲିକ ରଞ୍ଜିତ ମହାପାତ୍ର ସୂଚନା ଦେଇଛନ୍ତି । ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ସଟସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବ ବୋଲି କୁହାଯାଉଛି।

The post ଝାରସୁଗୁଡ଼ା: ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/2JtGWur