
ଶେରଗଡ଼: ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶେରଗଡ଼ ବ୍ଲକ୍ ଅନ୍ତର୍ଗତ କରଡାକଣା ନିକଟସ୍ଥ ଲାଉଗୁଡା ନିକଟରେ ଏକ ବିଲ ଭିତରେ କାଦୁଅରେ ଫସି ଚାରି ମାସର ଗୋଟିଏ ଶିଶୁ ହାତୀ ମୃତ୍ୟୁ ବରଣ କରିଛି।
ହାତୀପଲ ସମ୍ପୃକ୍ତ ଅଂଚଳରେ ଥିବା ସୂଚନା ପାଇଥିଲେ ବନ ବିଭାଗ କର୍ମଚାରୀ। ସେମାନେ ଗତକାଲି ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ହାତୀପଲଙ୍କ ଗର୍ଜନ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ହାତୀମାନଙ୍କୁ ଘଉଡ଼ାଇଥିଲେ। ହେଲେ ଏକ ହାତୀ ଛୁଆ କାଦୁଅରେ ଫସିଥିଲା।
ପାଖାପାଖି ଚାରି ପାଞ୍ଚ ଘଣ୍ଟାର ଅପରେସନ ପରେ ହାତୀ ଛୁଆ ଉଦ୍ଧାର ହୋଇଥିଲା। କିନ୍ତୁ ସେତେବେଳକୁ ହାତୀ ଛୁଆଟି ମୃତ୍ୟୁବରଣ କରିସାରିଥିଲା। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଶବକୁ ବ୍ୟବଚ୍ଛେଦ କରାଯାଇଛି।
The post କାଦୁଅରେ ଫସି ଚାରି ମାସର ହାତୀ ଛୁଆର ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3o3CkKC
0 Comments