
ଢେଙ୍କାନାଳ: ତାଳଚେର-ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଢେ଼ଙ୍କାନାଳ ଟାଉନ ପ୍ଲାନିଂ ଅନ୍ତର୍ଗତ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ବେଳେ ଢେଙ୍କାନାଳ ଓ କଟକର ମିଳିତ ୨ଟି ଟିମ ଦ୍ୱାରା ଚଢ଼ାଉ ଚାଲିଛି ।
ପୂର୍ବରୁ ଚନ୍ଦ୍ରମଣି ସାହୁଙ୍କ ନାଁ ରେ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା | ଆଉ ଆଜି ତେବେ ଏକା ସାଙ୍ଗରେ ୫ ଟି ଜାଗାରେ ଟିମ ଚଢ଼ାଉ କରିଥିବା ଜଣାପଡ଼ିଛି | ଢେଙ୍କାନାଳ ଟାଉନ ପ୍ଲାନିଂ ଅନ୍ତର୍ଗତ ବାସଭବନ ସହ ହାଟରୋଡ ଅନ୍ତର୍ଗତ ଶ୍ୱଶୁର ଘର, ତାଳଚେର ଖମାର ସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି |
ସେହିପରି ଚନ୍ଦ୍ରମଣି ସାହୁଙ୍କ ପୈତୃକ ଗାଁ ପିଙ୍ଗୁଆ ଓ ଭୁବନେଶ୍ୱରର ଟଙ୍କପାଣି ରୋଡ଼ରେ ଥିବା ଏମସି ଭିଲା ଆପାର୍ଟମେଂଟରେ ମଧ୍ୟ ଚଢ଼ାଉ ଜାରି ରହିଛି | ତେବେ ଭିଜିଲାନ୍ସ ଏ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ କରିଛି ସେ ବାବଦରେ ତଥ୍ୟ ମିଳିପାରିନାହିଁ |
The post ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.
from ଜିଲ୍ଲା – Sambad https://ift.tt/3nweQxm
0 Comments