
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବଲାଙ୍ଗୀର ସାଂସଦଙ୍କ ଦବଙ୍ଗଗିରିକୁ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଏକ ବୈଠକରେ ଦୃଢ ନିନ୍ଦା କରାଯାଇଥିଲା I ଗତକାଲି ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଆସିଥିଲେI ହେଲେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା କିଛି ସାମ୍ବାଦିକଙ୍କ ମୋବାଇଲ ଫୋନକୁ ଛଡ଼ାଇବା ସହ ସେମାନଙ୍କୁ ସାଂସଦ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେI
ଏହି ଘଟଣାକୁ ନେଇ ସ୍ଥାନୀୟ ଯୋଗେଶ୍ୱର ମନ୍ଦିରରେ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଏକ ଜରୁରୀ ବୈଠକ କରି ଦୃଢ ନିନ୍ଦା କରାଯାଇଥିଲାI ପରେ ପୁଲିସ ରିପବ୍ଲିକ ଟେଲିଭିଜନର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଘରକୁ ଏକେ -୪୭ ଧରି ସାମ୍ବାଦିକଙ୍କ କଣ୍ଠରୋଧ କରିବା ପାଇଁ ଜୋର ଜବରଦସ୍ତ ଗିରଫ କରିବା ଘଟଣାକୁ ମଧ୍ୟ ଏଇ ବୈଠକରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକମାନେ ଦୃଢ଼ ନିନ୍ଦା କରିଥିଲେ I ପରେ ଓଡ଼ିଶା ପୁଲିସ ଦ୍ୱାରା ଜୋର ଜବରଦସ୍ତ ଓଟିଭିର ଇନପୁଟ ଏଡିଟର ରମେଶ ରଥଙ୍କୁ ବାଟରୁ ଉଠାଇବା ଘଟଣାର ମଧ୍ୟ ଦୃଢ଼ ନିନ୍ଦା କରିଥିବା ବେଳେ ପ୍ରବୀର ପଧାନଙ୍କ କୋଭିଡରେ ମୃତ୍ୟୁ ହୋଇଥିବାରୁ ସଂଘ ତରଫରୁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I
ଏହି ବୈଠକରେ ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅକ୍ଷୟ କୁମାର ପୁଜାହାରୀ, ସମ୍ପାଦକ ଦଧିବାମନ ନାୟକ, ଉପ ସଭାପତି ଅଶୋକ କୁମାର ପଣ୍ଡା, ସହ ସମ୍ପାଦକ ବିପ୍ଳବ ରଞ୍ଜନ ଦାସ, ଅଫିସ ଇନଚାର୍ଜ ନରସିଂହ ପଧାନ, ଦିଲୀପ କୁମାର ସାହୁ , ଶ୍ରୀବତ୍ସ ମଣ୍ଡଳ, ରାଜକୁମାର ମହାକୁର, ସନାତନ ପୂଜାରୀ, ସଂଗ୍ରାମ ଶେଖର ହୋତା, ମିଥୁନ ବାରିକ, ପରିକ୍ଷିତ ବାଗ,ବିକାଶ ମହାନ୍ତି ଓ ଗଣ୍ଡାରାମ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।
The post ବଲାଙ୍ଗୀର ସାଂସଦଙ୍କ ଦବଙ୍ଗଗିରିକୁ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଦୃଢ ନିନ୍ଦା first appeared on Sambad.
from ଜିଲ୍ଲା – Sambad https://ift.tt/352kbGv
0 Comments