ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ହାତୀପାହୁଳ ଗ୍ରାମରେ ଗତକାଲି ରାତିରେ ହାତୀ ଆକ୍ରମଣ କରି ଜଣକୁ ମାରି ଦଳି ଚକଟି ଦେଇଛି l ସୂଚନାରୁ ପ୍ରକାଶ ଯେ ତାଙ୍କ ଜମିରେ ହାତୀ ଧାନ ଫସଲ ଖାଇ ଦେଉଥିବା ଜାଣି ଗ୍ରାମର ଉଗ୍ରସେନ ଭୋଇ (୫୭) ଘଉଡ଼ାଇକୁ ଯାଇଥିଲେ l ହେଲେ ହାତୀ ଉଗ୍ରସେନଙ୍କୁ ଟାଣି ନେଇ ଦଳି ଚକଟି ମାରି ଦେଇଥିବା ଜଣାପଡ଼ିଛି l

ବନପାଳ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ପରେ ଶବକୁ ଜଗି ରହିଛନ୍ତି ବନବିଭାଗ କର୍ମଚାରୀ। ଅନ୍ୟ ପଟେ ହାତୀ ଉଗ୍ରସେନଙ୍କୁ ମାରି ଦେଇଥିବା ଯୋଗୁଁ ପରିବାର ଭାଙ୍ଗି ପଡ଼ିଛନ୍ତି l ସରକାର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି l

The post ଉଲୁଣ୍ଡା: ହାତୀ ଆକ୍ରମଣରେ ଜଣେ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/38icvls