
ବାରିପଦା : ବାରିପଦା ରେଡ୍କ୍ରସ୍ ରକ୍ତଭଣ୍ତାର ଅଧିକାରୀ ଡାକ୍ତର ପ୍ରଶାନ୍ତ ଦାସ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେ ଗତମାସ ୧୩ ତାରିଖରୁ କରୋନାରେ ଅକ୍ରାନ୍ତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୯ ଦିନ ଧରି କରୋନା ସହ ଲଢ଼ିବା ପରେ ଗତକାଲି ରାତିରେ ଏହି କରୋନା ଯୋଦ୍ଧା ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।
ପ୍ରକାଶଥାଉକି, ଡାକ୍ତର ଦାସଙ୍କ ସହିତ ତାଙ୍କ ପତ୍ନୀ ଓ ଏକମାତ୍ର ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଜଣେ ସ୍ବନାମଧନ୍ୟ ଡାକ୍ତର ଓ ଦକ୍ଷ ଅଧିକାରୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡାକ୍ତର ଦାସ। ଭାରତୀୟ ସେନାବାହିନୀରୁ ଚାକିରି ଛାଡ଼ିବା ପରେ ସେ ପୁରୀ ଜିଲ୍ଲାର କାକଟପୁର ଓ ଗଞ୍ଜାମର ସୋରଡ଼ା ଡାକ୍ତରଖାନାରେ କାର୍ଯ୍ୟ କରି ବାରିପଦାରେ ଶିଶୁରୋଗ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ। କଟକ ଜିଲ୍ଲାର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଡାକ୍ତର ଦାସ ବାରିପଦାରେ ସ୍ଥାୟୀ ଭାବେ ରହିଆସୁଥିଲେ। ୨୦୧୦ରୁ ବାରିପଦା ରକ୍ତଭଣ୍ଡାର ଅଧିକାରୀ ଭାବେ ଦାୟିତ୍ବ ନେଇଥିଲେ। ଜିଲ୍ଲାରେ ସ୍ବେଚ୍ଛାକୃତ ରକ୍ତ ଶିବିର ଆୟୋଜନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ଅକାଳ ମୃତ୍ୟୁରେ ଜିଲ୍ଲାବ୍ୟାପୀ ଶୋକ ପ୍ରକାଶ ପାଇଛି।
The post କରୋନା ଯୁଦ୍ଧରେ ହାରିଗଲେ ରକ୍ତଭଣ୍ଡାର ଅଧିକାରୀ first appeared on Sambad.
from ଜିଲ୍ଲା – Sambad https://ift.tt/3eoD0qb
0 Comments