ପାଇକସାହି/ ବନ୍ତଳା :ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ହାତୀଟି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳ କଟରଙ୍ଗ ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ- ୪ରେ ରବିବାର ଦିନ ବନ କର୍ମଚାରୀମାନେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ଅସୁସ୍ଥ ଅବସ୍ଥାରେ ତଳେ ପଡ଼ିଥିବା ଏକ ମାଈ ହାତୀକୁ ଠାବ କରିଥିଲେ। ତା’ ନିକଟରେ ଏକ ଦେଢ଼ ବର୍ଷର ହାତୀ ଛୁଆ ଜଗି ରହିଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସାତକୋଶିଆ ଡିଏଫ୍ଓ ପି.ରାମାସ୍ୱାମୀ ଖବର ପାଇବା ପରେ ସେଠାରେ ପହଞ୍ଚି ଅସୁସ୍ଥ ମାଈ ହାତୀର ଚିକିତ୍ସା ବ୍ୟବସ୍ଥା କରିଥିଲେ। ବନ ବିଭାଗ ଟିମ୍ ଚିକିତ୍ସା ପାଇଁ ପହଂଚିଲା ପରେ ଛୁଆ ହାତୀ ଜଂଗଲ ମଧ୍ୟକୁ ଚାଲି ଯାଇଥିଲା। ମାଈ ହାତୀର ପଛ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ବିଭିନ୍ନ ଅଂଗ କାମ କରୁ ନ ଥିଲା। ତେବେ ହାତୀଟି କେତେ ଦିନ ହେଲା ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିଲା ଓ ବନ ବିଭାଗ କିପରି ଏହାକୁ ଠାବ କରିପାରିନଥିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ସାତକୋଶିଆରେ ଚିକିତ୍ସାଧୀନ ହାତୀର ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/3kTqH7E