
ଯାଜପୁର : ଆଜି ସକାଳ ୯ଟା ବେଳେ ଜେନାପୁର ଷ୍ଟେସନ ନିକଟରେ ଥିବା ଏକ ଇଟାଭାଟି ପୋଖରୀରେ ବୁଡ଼ିଯାଇ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଜେନାପୁର ପଞ୍ଚାୟତ ପଣସ ପଡିଆ ଗ୍ରାମର ଗଣେଶ ପରିଡାଙ୍କ ବଡ଼ପୁଅ ସୁବାସ ପରିଡା (୪୨)।
ସୁବାସ ସମ୍ପୃକ୍ତ ଇଟା ଭାଟିରେ ଶ୍ରମିକ ଭାବେ କାମକରୁଥିଲେ। କାମ ସାରି ପୋଖରୀରେ ଧୋଇ ହେଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ। ପାଖରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ଜେନାପୁର ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ଧର୍ମଶାଳା ନିଆଯାଇଥିଲା। ସେଠାରେ ଡାକ୍ତର ସୁବାସକୁ ମୃତ ଘୋଷଣା କରିଥିଲେ। ସୁବାସର ଭାଇ ବିକ୍ରମଙ୍କ ଅଭିଯୋଗ କ୍ରମେ ଜେନାପୁର ପୁଲିସ ୧୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି.
The post ଇଟାଭାଟି ପୋଖରୀରେ ବୁଡ଼ିଯାଇ ଯୁବକ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/35ugZ6q
0 Comments