ଭଦ୍ରକ: ଭଦ୍ରକ ଜିଲ୍ଲାରେ ପ୍ରସିଦ୍ଧ ଶକ୍ତି ପୀଠ ମା ଭଦ୍ରକାଳୀ ପୀଠ ଖାଁ ଖାଁ। ଭକ୍ତ ନାହାନ୍ତି। ଆଜି ମା ବେଦମାତା ବେଶରେ ପୂଜା ପାଉଛନ୍ତି। ୪ରୁ ୫ ଜଣ ବ୍ରାହ୍ମଣଙ୍କୁ ନେଇ ଚାଲିଛି ମାଙ୍କ ପୂଜା। ମାଆ ବେଦମତା ବେଶରେ ପୂଜା ପାଉଥିବା ବେଳେ ଆଜି ଭଦ୍ରକାଳୀ ପୀଠ ଭକ୍ତ ଶୂନ୍ୟ ହୋଇଛି। ଆଜି ଦିନରେ ଭଦ୍ରକାଳୀ ପୀଠ ଚଳାଞ୍ଚଳ ହୋଇଥାନ୍ତା । କରୋନା କଟକଣା ଲାଗି ମନ୍ଦିର ପରିସରରେ ଆଜି ଖାଲି ଖାଲି । ମାଆ ବେଦମାତା ବେଶରେ ପୂଜା ପାଉଥିବା ସମୟରେ ଦର୍ଶନ କଲେ ଭକ୍ତର କଲ୍ୟାଣ ହେବା ସହ ଜ୍ଞାନ ବୃଦ୍ଧି ହୋଇଥାଏ ବୋଲି ବିଶ୍ବାସ ରହିଛି।

ଏଇ ବେଶ ମାଆ ଭଦ୍ରକାଳୀଙ୍କ ପ୍ରଜ୍ଞାର ବେଶ୍। ଏଇ ବେଶରେ ମାଆଙ୍କୁ ଦର୍ଶନ କଲେ ପିଲାମାନଙ୍କର ଜ୍ଞାନ ବୃଦ୍ଧି ହୁଏ। ମଣିଷ ପାଣ୍ଡିତ୍ୟ ଲାଭ କରେ। ମାଆ ଭଦ୍ରକାଳୀ ୭ ଦିନରେ ୭ ଟି ବେଶରେ ପୂଜା ପାଇବେ। ପ୍ରତି ଦିନର ପୂଜାବିଧି ଅଲଗା ଅଲଗା। ପରମ୍ପରା ଅନୁଯାୟୀ ମା’ଙ୍କର ପୂଜାର୍ଚ୍ଚନା ହେବ। ମାତ୍ର ମନ୍ଦିର ଭିତରକୁ ଭକ୍ତମାନଙ୍କୁ ଛଡାଯିବ ନାହିଁ। ପ୍ରଶାସନର କଟକଣା ଯୋଗୁଁ ମନ୍ଦିରର ପୂଜକମାନେ ଏଇ ନିର୍ଦ୍ଦେଶ ମାନି ପୂଜାର୍ଚ୍ଚନା କରୁଛନ୍ତି। ମନ୍ଦିର କମିଟିର ମୁଖ୍ୟ ଭଦ୍ରକ ଉପ-ଜିଲ୍ଲାପାଳ ପିତାମ୍ବର ମାମଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଠାରେ ଶାନ୍ତି ଶୃଙ୍ଖଳାର ଶହ ପୂଜା କାର୍ଯ୍ୟ ସମାପନ କରାଯିବାକୁ ଯୋଜନା କରାଯାଇଛି।

The post ଆଜି ମା’ଙ୍କ ବେଦମାତା ବେଶ; ଭଦ୍ରକାଳୀ ପୀଠ ଖାଁ ଖାଁ, ନାହାନ୍ତି ଭକ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/32Jtcmh