କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମର ୫ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ହେଉଛି ଯାଜପୁର ଜିଲ୍ଲା କାଳିଆପାଣିର ଗ୍ରାମର ଶଙ୍କର୍ଷଣ ଦେହୁରୀ। ତାକୁ ଗିରଫ କରିଛି କଙ୍କଡ଼ାହାଡ଼ ପୁଲିସ। ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ।

ସୂଚନା ଅନୁସାର ଗତ ୧୨ତାରିଖ ଗୁରୁବାର ଦିନ ଖରଖରି ଗ୍ରାମର ହାଟ ପାଖ ମାରାମ୍ବୁରୁ ନାଳରେ ଗାଁର ବିକ୍ରମ ସୋରେନଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସକାଳେ ସ୍ଥାନୀୟ ଲୋକମାନେ ତାଙ୍କୁ ମାରାମ୍ବୁରୁ ନାଳରେ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ଆରମ୍ଭ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୁଲିସ। ହେଲେ ସେମାନଙ୍କ ଠାରୁ କୌଣସି ସୂଚନା ପାଇପାରିନଥିଲା। ଶେଷରେ ମୁଖ୍ୟ ଅଭିଯୁକ୍ତ କାଳିଆପାଣିର ଶଙ୍କର୍ଷଣ ଦେହୁରୀ (ଧରମ ମାମୁଁ)ଙ୍କୁ କଙ୍କଡ଼ାହାଡ଼ ପୁଲିସ ଗିରଫ କରଛି। ସେ ଦୁଷ୍କର୍ମ ଉଦ୍ୟମ କରି ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି ।

The post କାମାକ୍ଷାନଗର: ଖରଖରୀ ଗାଁରେ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3pyiJnj