
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ୮ଜଣ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ଧରିଥିବା ବେଳେ ସେମାନଙ୍କର ଟ୍ରଲରକୁ ବି ଜବତ କରାଯାଇଛି। ସେମାନଙ୍କଠାରୁ ୨୫୯ କିଲୋଗ୍ରାମ୍ ମାଛ ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ଏନେଇ ବ୍ରହ୍ମପୁର ବନମଣ୍ଡଳ ଡିଏଫଓ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶର ୮ଜଣ ମତ୍ସ୍ୟଜୀବୀ ଏକ ଟ୍ରଲରରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବାର ଖବର ପାଇ ବ୍ରହ୍ମପୁର ବନମଣ୍ଡଳର କର୍ମଚାରୀମାନେ ସେମାନଙ୍କୁ ଧରିଥିଲେ। ଅଲିଭ ରିଡଲେ କଇଁଛମାନଙ୍କ ପ୍ରଜନନ ଋତୁ ହେତୁ ଏହି ଅଞ୍ଚଳରେ ମାଛ ଧରିବାକୁ ବାରଣ କରାଯାଇଛି। ନଭେମ୍ବର ୧ ତାରିଖରୁ ମଇ ୩୧ ତାରିଖ ଯାଏ ଏହି ନିୟମ ଲାଗୁ ହୋଇଛି। କିନ୍ତୁ ଆନ୍ଧ୍ର ପ୍ରଦେଶର ୮ଜଣ ମତ୍ସ୍ୟଜୀବୀ ଏହି ନିୟମକୁ ଭାଙ୍ଗି ମାଛ ଧରୁଥିଲେ। ସେମାନଙ୍କଠାରୁ ୨୫୯ କିଲୋଗ୍ରାମ୍ ମାଛ ଓ ଏକ ଟ୍ରଲର୍ ମଧ୍ୟ ଜବତ କରାଯାଇଥିଲା। ସେମାନଙ୍କୁ ବନ ବିଭାଗ ପକ୍ଷରୁ ସାମୁଦ୍ରିକ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି।
The post ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ୮ଜଣ ମତ୍ସ୍ୟଜୀବୀଙ୍କୁ ଧରିଲା ବନ ବିଭାଗ, ଟ୍ରଲର ଓ ୨୫୯ କିଲୋଗ୍ରାମ୍ ମାଛ ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/3f4ik7p
0 Comments