କୁତ୍ରା : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ବଡଗାଁ ବନାଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି । କିଛି ଦିନର ନିରବତା ପରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଆଜି ସକାଳୁ ଏକ ହାତୀପଲକୁ କୁତ୍ରା ନିକଟସ୍ଥ ଲିଟିବେଡା ଜଙ୍ଗଲରେ ଦେଖିବାକୁ ମିଳିଛି । ଏହି ହାତୀପଲରେ ଗୋଟିଏ ଆହତ ଦନ୍ତାହାତୀ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଉକ୍ତ ହାତୀଟିକୁ କେହି ଆଘାତ କରିଥିବାରୁ ହାତୀଟିର ପିଠିରେ ଧାର ଧାର ରକ୍ତ ବହୁଥିବା ଜଣାପଡିଛି। ଲିଟିବେଡାରୁ ଭୌଜନ୍ତି କୁଜୁର (୧୨) କୁତ୍ରାକୁ ସାଇକେଲ ଯୋଗେ ଯାଉଥିବା ବେଳେ ଆହତ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ସେ ଅଳ୍ପକେ ହାତୀ ହାବୁଡରୁ ରକ୍ଷା ପାଇଛନ୍ତି ଓ ଅନ୍ୟମାନେ ଦୌଡ଼ି ପଳାଇଥିଲେ। ତେବେ ହାତୀଟି ଏବେ ଉଗ୍ରରୂପ ଧାରଣ କରିଥିବା ସହ ହିଂସ୍ର ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ହାତୀପଲ ଲିଟିବେଡା ଶାଗୁଆନ ଜଙ୍ଗଲରେ ଥିବା ଜଣାଯାଇଛି।

The post କୁତ୍ରାରେ କ୍ଷତବିକ୍ଷତ ଦନ୍ତାହାତୀ, ଅଳ୍ପକେ ବର୍ତ୍ତିଲେ ନାବାଳିକା first appeared on Sambad.



from ଜିଲ୍ଲା – Sambad https://ift.tt/2IZ6mQy