
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ପଞ୍ଚାୟତ ଘୁନାଥପୁର ପ୍ରାଥମିକ ସ୍କୁଲ ପାଚେରି ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗତ ୪ ମାସ ମଧ୍ୟରେ ଦୁଇଥର ପାରେରି ହୋଇଥିବା ଫାଟ ମରାମତି କରାଗଲାଣି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁସାରେ, ୨୦୧୯ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିସନ ଅନୁଦାନରେ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପାଚେରି ନିର୍ମାଣ କରାଯାଇଥିଲା। ନିର୍ମାଣ ସମୟରେ ଏହାର ପ୍ଲିନ୍ଥବେଣ୍ଡ ପକାଯାଇ ନାହିଁ। ଫଳରେ ନବ ନିର୍ମିତ ପାଚେରିରେ ଫାଟ ଦେଖାଦେଇଥିଲା। ଏହାର ପ୍ରତିବାଦ କରି ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଗତ ଜୁନ୍ ୮ ତାରିଖ ଦିନ ବୌଦ୍ଧ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ସୂଚନା ଫଳକ କରାଯିବା ସହ ପାଚେରିର ଫାଟ ମରାମତି କରାଯାଇଥିଲା। ଏହାର ୪ମାସ ନପୂରୁଣୁ ପୁନର୍ବାର ଉକ୍ତ ପାଚେରିର ଗୁଡ଼ିଏ ଫାଟ ଦେଖାଦେବାରୁ ପଞ୍ଚାୟତ ତରଫରୁ ଶୁକ୍ରବାର ତରବରିଆ ଭାବେ ପୁଣି ଏହାର ମରାମତି କାମ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସଂପୂର୍ଣ୍ଣ ରୂପେ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।
The post ସ୍କୁଲର ନୂଆ ପାଚେରିରେ ଫାଟ, ୪ ମାସରେ ୨ ଥର ମରାମତି first appeared on Sambad.
from ଜିଲ୍ଲା – Sambad https://ift.tt/2IEO4ne
0 Comments