
ନୂଆପଡ଼ା: କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୟ ଶ୍ରମିକ ସଙ୍ଗଠନମାନେ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ନୂଆପଡାରେ ବନ୍ଦର ପ୍ରଭାବ ଦେଖିବାକୁ ମିଲିନାହଁ। ଜିଲ୍ଲାରେ ଦୋକାନ ବଜାର ଖୋଲା ରହିଥିବା ବେଳେ ଗାଡ଼ିମଟର ଚାଲୁଥିବା ଦେଖିବାକୁ ମିଲୁଛି। ଜିଲ୍ଲାର ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ଜିଲ୍ଲାର ମୁଖ୍ୟ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ସମର୍ଥନ କରି ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟଠାରେ ଧାରଣା ଦେଇଥିବା କଂଗ୍ରେସ ସଭାପତି ଘାସିରାମ ମାଝୀ ପ୍ରକାଶ କରିଛନ୍ତି।
The post ନୂଆପଡାରେ ପଡ଼ି ନାହିଁ ଭାରତ ବନ୍ଦର ପ୍ରଭାବ: ଖୋଲିଛି ଦୋକାନ, ଚାଲୁଛି ଗାଡ଼ି first appeared on Sambad.
from ଜିଲ୍ଲା – Sambad https://ift.tt/2J9ueAW
0 Comments