
ଛେଣ୍ଡିପଦା: ଗୁରୁବାର ସକାଳେ ଅନଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ଥାନା ଅଞ୍ଚଳ ଖମାର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘରେ ନିଆଁ ଲଗାଇବା ସହ ନିଜ ତଣ୍ଟି ଓ ପେଟକୁ କାଟି ପକାଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଖୁକୁନ ନାମକ ସେ ବ୍ୟକ୍ତିଜଣକ ହଠାତ୍ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଘରେ ନିଆଁ ଜଳୁଥିବା ବେଳେ ସେ ସରପାଳ ଗାଁ ଆଡ଼କୁ ଦୌଡ଼ି ପଳାଇଥିଲେ। ଯିବା ବାଟରେ ଗୋଟାଏ ଛୁରିରେ ନିଜର ତଣ୍ଟି ଓ ପେଟକୁ କାଟି କ୍ଷତବିକ୍ଷତ ହୋଇଥିଲେ।

ସାଙ୍ଘାତିକ ଅବସ୍ଥାରେ ଖୁକୁନଙ୍କୁ ୧୦୮ ଆମ୍ବୁଲାନ୍ସ୍ରେ ନିଆଯାଇ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ମାନସିକ ବିକୃତି ଥିବା ଖୁକୁନଙ୍କର ଚିକିତ୍ସା ଚାଲିଛି।
ଖୁକୁନଙ୍କଦ୍ୱାରା ସଙ୍ଗଠିତ ଅଗ୍ନିକାଣ୍ଡରେ ଦୁଇ ବଖରା ଚାଳଘର ପୋଡ଼ିଯାଇଛି। ଦମକଳବାହିନୀ ଆସି ନିଆଁ ଲିଭାଇ ଥିଲେ।
The post ଘର ପୋଡ଼ିବା ସହ ନିଜ ତଣ୍ଟି ଓ ପେଟ କାଟି ପକାଇଲେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି first appeared on Sambad.
from ଜିଲ୍ଲା – Sambad https://ift.tt/2Jitc5x
0 Comments