
ମୟୂରଭଞ୍ଜ: ଜିଲ୍ଲାର ସାରସକଣା ଫଚାୟତ ଯୋକା ଦାନାଦର ଗ୍ରାମର ଚନ୍ଦ୍ର ପ୍ରସାଦ ବେହେରାଙ୍କ ଘରୁ ବେପାରୀ ଧାନ ନେବା ପାଇଁ ପହଞ୍ଚିଥିଲା। କୁଇଣ୍ଟାଲ୍ ପ୍ରତି ସରକାରୀ ଦର ୧୮୫୦ ଥିବାବେଳେ ଚାଷୀଙ୍କଠାରୁ ୧୩ ଶହ ଟଙ୍କାରେ ଧାନ ନେବା ପାଇଁ ମୁଲଚାଲ ହେଲା। ଚାଷୀ ମଧ୍ୟ ୨୦ ବସ୍ତା ଧାନ ଦେବା ପାଇଁ ରାଜି ହେବାରୁ ଧାନର ଓଜନ କମ୍ପ୍ୟୁଟର କଣ୍ଟାରେ ହେଲା। ତେବେ ଗୋଟିଏ ଅଖା ୭୩ କିଲୋ ହେଲା ପରେ ଅନ୍ୟଟି ହଠାତ ୬୩ , ୫୩ କିଲେ ହେବାରୁ ଚାଷୀଙ୍କ ସନ୍ଦେହ ବଢ଼ିଲା। ଓଜନରେ ହେରଫେର ହୋଇଥିବା ଜଣାପଡ଼ିବା ପରେ ଯୋକା ଉପର ବେଡ଼ାର ରାଜୀବଲୋଚନ ମହାନ୍ତ, ଖେରଣାର ଚନ୍ଦନ ସାହୁଙ୍କୁ ସ୍ଥାନୀୟ ଲୋକ ପିଟାମରା କରିଥିଲେ। ତାସହିତ ଘଟଣାଟି ସାଙ୍ଗେ ସଙ୍ଗେ ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା। ତେବେ ଗ୍ରାମବାସୀ ଓ ଚାଷୀଙ୍କୁ କ୍ଷତି ପୂରଣ ଦେବାରୁ ଗାଁ ଲୋକେ ସେମାନଙ୍କୁ ଛାଡ଼ି ଦେଇଥିଲେ। ଏ ନେଇ ଝାରପୋଖରିଆ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡିଛି।
The post ମୟୂରଭଞ୍ଜ: ଧାନ କିଣାରେ ହେର୍ଫେର୍, ରିମୋଟରେ କଣ୍ଟ୍ରୋଲ ହେଉଛି କମ୍ପ୍ୟୁଟର୍ କଣ୍ଟା first appeared on Sambad.
from ଜିଲ୍ଲା – Sambad https://ift.tt/3nJmXqC
0 Comments