ଫୁଲବାଣୀ: କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ତିନିଜଣ ଲୋକ ଏକ ଅଟୋରେ (ଓଡି୦୭ ଭି ୫୦୧୯) ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଥିଲେ। ସେମାନଙ୍କଠାରୁ ୨୪ କିଲୋ ୪୦୦ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଏହାଛଡ଼ା ଉକ୍ତ ଅଟୋକୁ ଜବତ କରିଛି ପୁଲିସ।

ଏହି ମାମଲାରେ ତିନି ଅଭିଯୁକ୍ତ ଚକ୍ରଧର ପାତ୍ର, ପାଟ ମଲ୍ଲିକ ଓ ସରୋଜ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି| ସେମାନଙ୍କୁ ଗତକାଲି ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ରାଇକିଆ ଦେଇ ବାରଖାମରୁ ଭୁବନେଶ୍ୱରକୁ ଏହି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାର ସୂଚନା ମିଳିଛି।

The post ରାଇକିଆ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/36U1Ta6