ଜୟପୁର: ଲାଞ୍ଚ ନେଇ ଭିଜିଲାନ୍‌ସଦ୍ୱାରା ଧରାପଡ଼ିଥିବା କୋରାପୁଟ ଜିଲ୍ଲା ନନ୍ଦପୁର ‘ସିଡିପିଓ’ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଜିଲ୍ଲାପାଳ ଚାକିରିରୁ ନିଲମ୍ବନ କରିଛନ୍ତି।
ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ ଏବଂ ତାଙ୍କୁ ନ ଜଣାଇ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ସ୍ନିଗ୍ଧାରାଣୀଙ୍କୁ ଅକ୍ଟୋବର ୨୮ ତାରିଖ ଦିନ ଗିରଫ କରାଯାଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍‌ ହାଜତକୁ ନିଆଯାଇଥିଲା। ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ସେହି ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ଅଛି। ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ତଦନ୍ତ ଚଳାଇଛି।

ଏହାଛଡ଼ା, ଜିଲ୍ଲାପାଳ ନନ୍ଦପୁର ବିଡିଓଙ୍କୁ ‘ଆଇସିଡିଏସ୍‌’ର ଅର୍ଥ ଉଠାଣ କ୍ଷମତା ଦେଇଥିବା ବେଳେ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସୁପରଭାଇଜର୍‌ ମୋନାଲିସା ଖେମୁଣ୍ଡୁଙ୍କୁ ନନ୍ଦପୁର ‘ସିଡିପିଓ’ ଦାୟିତ୍ୱ ଦେଇଛନ୍ତି। ଉଭୟ ଅଧିକାରୀ ନିଜ ଦାୟିତ୍ୱ ତୁଲାଇବା ସହ ଏହି ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ପାଦନ କରିବେ।

The post କୋରାପୁଟ: ନିଲମ୍ବିତ ହେଲେ ନନ୍ଦପୁର ‘ସିଡିପିଓ’ first appeared on Sambad.



from ଜିଲ୍ଲା – Sambad https://ift.tt/2HiK1Nb