ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ତରତଙ୍ଗ ଗାଁରେ ଜଗତସିଂହପୁର ଅବକାରୀ ବିଭାଗ ଚଢ଼ଉ କରି ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଜଣକୁ ଗିରଫ କରିଛି । ଗିରଫ ଚୋରା ବ୍ୟବସାୟୀ ତୋଟାପଡ଼ା ଗାଁର ପ୍ରଭାତ ରଂଜନ ମହାପାତ୍ର ବୋଲି ଜଣାଯାଇଛି। ସେ ଦୀର୍ଘ ଦିନ ହେଲା ବ୍ରାଉନ ସୁଗାର ବିକ୍ରି କରି ଆସୁଥିବା ବେଳେ ଆଜି ଅବକାରୀ ବିଭାଗ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା।

ଅବକାରୀ ବିଭାଗ ବ୍ରାଉନ ସୁଗାର ସହିତ ପ୍ରଭାତ ରଂଜନ ମହାପାତ୍ରଙ୍କଠାରୁ ବାଇକ୍ ଓ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଭାତ ରଂଜନ ମହାପାତ୍ରଙ୍କ ପାଖରେ ପ୍ରାୟ ପଚାଶ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଥିବାର ଖବର ପାଇ ଜଗତସିଂହପୁର ଅବକାରୀ ବିଭାଗ ଚଢ଼ଉ କରିଥିଲା। ହେଲେ ସେ ତା’ଆଗରୁ କୋଡ଼ିଏ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ବିକ୍ରି ସାରିଥିଲେ।

The post ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3nHshL6