
ବରଗଡ଼: କୋଭିଡ ଟେଷ୍ଟ ନକଲେ ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ ନାହିଁ ରୋଗୀ । ବରଗଡ଼ ଜିଲ୍ଲା ସଦର ମହକୁମାର ସ୍ୱାସ୍ଥ୍ୟକେନ୍ଦ୍ରର ଏଭଳି ନିୟମ ଏକ ଆଭବନୀୟ ପରିସ୍ଥିତି ସୃଷ୍ଟି କରିଛି । ଆଜି ଭୋରରୁ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି, ଯେଉଁଠି ସ୍ୱାସ୍ଥ୍ୟ ସେବାର ଅସୁସ୍ଥତା ବାରି ହୋଇପଡ଼ିଛି । ଡାକ୍ତରଖାନା ବାରଣ୍ଡା ଓ ଅଟୋରେ ଜନ୍ମ ହୋଇଛନ୍ତି ଶିଶୁ ।
ବରଗଡ ତୋରା ଗାଁର ନେତ୍ରାନନ୍ଦ ମହାପାତ୍ର ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପ୍ରଥମେ କୋଭିଡ ଟେଷ୍ଟ କରିବାକୁ କହିଥିବା ବେଳେ ସେଠାରେ କେହି ଉପସ୍ଥିତ ନଥିଲେ । ପ୍ରସୂତୀ କକ୍ଷ ମଧ୍ୟ ବନ୍ଦ ରହିଥିଲା । ଅଭିଯୋଗ କରିବା ପରେ କେହି ଶୁଣିନଥିଲେ । ଅନେକ ସମୟ ଧରି ହସ୍ପିଟାଲ ପରିସରରେ ଛଟପଟ ହେବା ପରେ ମହିଳା ଜଣକ ଅଟୋରେ ଏକ ସନ୍ତାନ ଜନ୍ମ କରିଥିଲେ ।
ସେହିପରି ନୂଆ ଗୁଡେସିରା ଗାଁର ଭାବିନ୍ଦ୍ର ମିନା ତାଙ୍କ ସ୍ତ୍ରୀଙ୍କୁ ଧରି ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆସିଥିଲେ କୋଭିଡ ପରୀକ୍ଷା ପାଇଁ ପ୍ରକ୍ରିୟାରେ ବିଳମ୍ବରୁ ଡାକ୍ତରଖାନା ପରିସରରେ ବନ୍ଦ ହୋଇପଡିଥିବା ମାତୃ ମଙ୍ଗଳ କେନ୍ଦ୍ର ବାରଣ୍ଡାରେ ଏକ ସନ୍ତାନ ଜନ୍ମ କରିଥିଲେ । ଭୀଷଣ ଗର୍ଭ ଯନ୍ତ୍ରଣା ସହ ହସ୍ପିଟାଲ ଆସୁଥିବା ଆସନ୍ନ ପ୍ରସବାଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରିବା ବଦଳରେ ପ୍ରଥମେ କୋଭିଡ ପରୀକ୍ଷା ପାଇଁ କହିବା ଓ ଚିକିତ୍ସା ଆରମ୍ଭରେ ବିଳମ୍ବ କରିବାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।
The post ବରଗଡ଼ ଜିଲ୍ଲା ସଦର ମହକୁମାର ସ୍ୱାସ୍ଥ୍ୟକେନ୍ଦ୍ରର ଅଜବ ନିୟମ ଯୋଗୁ ଡାକ୍ତରଖାନା ବାରଣ୍ଡା ଓ ଅଟୋରେ ଜନ୍ମ ହେଲେ ଶିଶୁ first appeared on Sambad.
from ଜିଲ୍ଲା – Sambad https://ift.tt/3kRIZWi
0 Comments