
ମ.ରାମପୁର: କଳାହାଣ୍ଡି ଏସ୍ପିଙ୍କୁ ହତ୍ୟା ଧମକ ଦେଇଛନ୍ତି ମାଓବାଦୀ। ଏଭଳି କରି ସରକାରଙ୍କୁ ଖୋଲା ଚାଲେଞ୍ଜ କରିବା ସହ ଜିଲ୍ଳାର ମଦନପୁର ରାମପୁର ଅଞ୍ଚଳରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି।
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ର ମାଣିକେରା ପଂଚାୟତ ଏବଂ ଉର୍ଲାଦାନୀ ପଂଚାୟତ ଜୁରାଖମନ ଗ୍ରାମର ବନବିଭାଗ ବଙ୍ଗଲା ନିକଟ (୫୯ ନଂ ଜାତୀୟ ରାଜପଥ ପାଖରେ) ୨ଟି ମାଓ ପୋଷ୍ଟର ଲଗାଯାଇଛି। ଏଥିରେ କଳାହାଣ୍ତି ଏସ୍ପିଙ୍କୁ ଉଡ଼େଇଦେବୁ, ମାଟିରେ ମିଶାଇଦେବୁ ବୋଲି ଉଲ୍ଲେଖ କରି ଧମକ ଦିଆଯାଇଛି। ଏହା ସହ କଳାହାଣ୍ତିରେ କମ୍ବିଂ ଅପରେସନ୍ ବନ୍ଦ କରନ୍ତୁ। ମାଓ ଦମନ ନାଁରେ ଗରିବ ଆଦିବାସୀଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ। ସହିଦ ହୋଇଥିବା ମାଓବାଦୀ ସଦସ୍ୟଙ୍କ ମୃତ୍ୟୁକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ପୋଷ୍ଟରରେ ଦର୍ଶାଯାଇଛି। ପୁଲିସ ମାଓ ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଗତ ୧ ତାରିଖ ଦିନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଏବଂ ସିଆର୍ପିଏଫ୍ ମହାନିର୍ଦ୍ଦେଶକ କୁଲଦୀପ ସିଂ କଳାହାଣ୍ତି ଏବଂ ଫୁଲବାଣୀ ଗସ୍ତକରି ଭବାନୀପାଟଣାଠାରେ ଏକ ସମୀକ୍ଷା ବୈଠକ କରିଥିଲେ। ସେହି ବୈଠକରେ ମାଓବାଦୀ ଓ ସେମାନଙ୍କ ସଭ୍ୟମାନଙ୍କୁ ଓଡ଼ିଶା ସରକାରଙ୍କ ନିକଟରେ ଆତ୍ମସମର୍ପଣ ପାଇଁ ଆହ୍ବାନ କରାଯାଇଥିଲା। କିନ୍ତୁ ସେମାନଙ୍କ ଗସ୍ତର ୨ଦିନ ପରେ ଗତ ୨ତାରିଖ ରାତିରେ ଏଭଳି ପୋଷ୍ଟର ଲଗାଇ ମାଓବାଦୀମାନେ ସକ୍ରିୟ ଥିବା ପ୍ରମାଣ ଦେଇଛନ୍ତି ବୋଲି କୁହାଯାଉଛି।
The post କଳାହାଣ୍ଡିରେ ପୁଣି ମାଓବାଦୀ ସକ୍ରିୟ! first appeared on Sambad.
from ଜିଲ୍ଲା – Sambad https://ift.tt/362YOE9
0 Comments