
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବଜାର ପରିସରରେ ଖରିଫ ଋତୁରେ ଉତ୍ପାଦିତ ଧାନ ସଂଗ୍ରହ ପ୍ରକ୍ରିୟା ଓ ପି.ପାସ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋନପୁର ଏ ସିଏସଓ ସୁବୋଧ ହୋତାଏହି ଶିବିରରେ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷରେ କରୋନା କଟକଣା ମଧ୍ୟରେ ଧାନ କିଣାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପି.ପାସ୍ର ଟେକ୍ନିକାଲ ସମ୍ବଦ୍ଧରେ ଏସିଏସଓ ଶ୍ରୀ ହୋତା ତାଙ୍କ ବକ୍ତବ୍ୟରେ କହିଥିଲୋ

ଶିବିରରେ ସୋନପୁର ଏଆରସିଏ ଗିରିଶଚନ୍ଦ୍ର ପୁରୋହିତ, ଏସିଏସଓ ତ୍ରିନାଥ ଭୋଇ, ସୋନପୁର ମିଶନଶକ୍ତି ଡ଼ିପିସି କାର୍ତ୍ତିକ ଚନ୍ଦ୍ର ନାଏକ, ଡ଼ୁଙ୍ଗୁରିପାଲି ଆରଏମସି ସମ୍ପାଦକ ଉଦିତ ବାବୁ, ଚାଷୀ ନେତା ସର୍ଜନ ପଣ୍ଡା, ପି.ପାସ ଡ଼ିଇଓ ରାମାଙ୍କର ଦାଶ, ପ୍ରମୁଖ ଉପସ୍ଥିତ ରହି ଧାନ କ୍ରୟ ଉପରେ ଆଲୋକ ପାତ କରିଥିଲେ । ବୈଠକରେ ସମସ୍ତ ପେସ୍କ ସମ୍ପାଦକ, ଡ଼ିଇଓ, ମହିଲା ଏସଏଚଜି ଗ୍ରୁପ ସଭାନେତ୍ରୀ, ସମ୍ପାଦକ ଓ ଡ଼ିଇଓ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ ।
The post ଧାନ ସଂଗ୍ରହ ପ୍ରକ୍ରିୟା ଓ ପି.ପାସ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର first appeared on Sambad.
from ଜିଲ୍ଲା – Sambad https://ift.tt/2JuqVEt
0 Comments