ଯାଜପୁର: ଆଜି ଦୀପାବଳି ଅବସରରେ ବାଣ ବ୍ୟାନ ଥିବା ବେଳେ ଗ୍ରାମାଚଂଳରେ ଚୋରାରେ ଚାଲିଛି ବାଣ ବେପାର। ଯାଜପୁର ପୁଲିସ ପକ୍ଷରୁ ବାଲିପଦା ଛକ ନିକଟରେ ଅଭୟ କୁମାର ଦାସ ନାମକ ଜଣେ ବ୍ୟବସାୟୀଙ୍କ ଦୋକାନରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଯାହାର ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ପୁଲିସ ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରିଛି। ରାଜ୍ୟ ସରକାର ବାଣ ଉପରେ କଟକଣା ଲଗାଇଥିଲେ ମଧ୍ୟ ଯାଜପୁରର ବିଭିନ୍ନ ସ୍ଥାନରେ ଵାଣ ବେପାର ଉପରେ ପୁଲିସ ଚଢାଉ ଜାରି ରହିଛି। ପୂର୍ବରୁ ମଧ୍ୟ ବିଭିନ୍ନ ବାଣ ବ୍ୟବସାୟୀ ଓ ବାଣ ଭିଡୁଥିବା ଲୋକଙ୍କ ଉପରେ ଚଢାଉ ହୋଇଥିବା ବେଳେ ଏହା ଥାନା ପକ୍ଷରୁ ତୃତୀୟ ଚଢାଉ । ଜିଲ୍ଲାବାସୀ ଚଳିତବର୍ଷ ଦୀପାବଳିକୁ ବାଣ ବଦଳରେ ଦୀପରେ ପାଳନ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

The post ଯାଜପୁର: ଟାଉନ ପୁଲିସ୍‌ ଚଢ଼ାଉରେ ବିପୁଳ ବାଣ ଜବତ, ଜଣେ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/36DsS9J