
ପାରଳାଖେମୁଣ୍ଡି: ଆଜି କାର୍ତ୍ତିକ ଏକାଦଶୀ ଏବ˚ ପଞ୍ଚୁକ ଆରମ୍ଭ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପ୍ୟାଲେସ ସାହିରେ ୧୪୪ ଧାରା ଜାରି କରିଛି। ମନ୍ଦିର ଠାରୁ ୧୦୦ ମିଟର ଦୂରରୁ ଆଜି ଭୋର ସକାଳ ୩ ଟାରୁ ୧୪୪ଧାରା ଲାଗୁ ହୋଇଥିବା ବେଳେ ପୂର୍ବାହ୍ନ ୧୦ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। କେହି ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ ଉପ-ଜିଲ୍ଲାପାଳ ସ˚ଗ୍ରାମ ଶେଖର ପଣା ସ୍ପଷ୍ଟ କରିଛନ୍ତି। ଏହା ଉପରେ ଆବଶ୍ୟକ ପଦକ୍ଷେପ ସ୍ବରପ ପୁଲିସ ମୁତୟନ ପାଇଁ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କୁ ନିର୍ଦେଶ ଦିଆଯାଇଛି। ସେହିଭଳି ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନିଙ୍କୁ ମାଜିଷ୍ଟ୍ରେଟ ରୂପେ ନିୟୋଜିତ କରାଯାଇଛି।
The post ପାରଳା ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି first appeared on Sambad.
from ଜିଲ୍ଲା – Sambad https://ift.tt/2IWM76r
0 Comments