ପୁରୀ: ଆସନ୍ତାକାଲି ଅଁଳା ନବମୀ ହୋଇଥିବା ହେତୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। ଅଁଳା ନବମୀରେ ଏଠାରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ପ୍ରଶାସନ। ସାକ୍ଷୀଗୋପାଳ ମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ ହୋଇଛି । ମନ୍ଦିର ଚାରିପାଖର ୨ଶହ ମିଟର ପର୍ଯ୍ୟନ୍ତ ଲାଗୁ ହୋଇଛି ୧୪୪ ଧାରା।
ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳଯାଏଁ କଟକଣା ଲାଗୁ କରିଛି ପ୍ରଶାସନ। ୨୨ତାରିଖରୁ ୨୫ ତାରିଖ ବଡ଼ ଏକାଦଶୀ ଯାଏଁ ଏହି କଟକଣା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି। କେବଳ ମନ୍ଦିରରେ ସେବାୟତମାନେ ନୀତିକାନ୍ତି କରିବେ। ଆସନ୍ତାକାଲି ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ନୀତିକାନ୍ତି ଅନୁଷ୍ଠିତ ହେବ।
The post ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଜାରି କଲା ପ୍ରଶାସନ first appeared on Sambad.
from ଜିଲ୍ଲା – Sambad https://ift.tt/2J1T2uO
0 Comments