
କଟକ : ୮ ମାସ ପରେ ପୁଣି ଲର୍ନର ଲାଇସେନ୍ସ(ଏଲଏଲ) ପାଇଁ ସ୍ଲଟ୍ ବୁକି˚ ଏବ˚ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ୧୨ ତାରିଖଠାରୁ ସ୍ଲଟ୍ ବୁକି˚ ହେବାକୁ ଯାଉଛି। କିନ୍ତୁ କୋଭିଡ୍ ଲକ୍ଷଣ ଥିବା ଆବେଦନକାରୀଙ୍କୁ ଲର୍ନର ଲାଇସେନ୍ସ ଟେଷ୍ଟ ପାଇଁ ଅନୁମତି ମିଳବ ନାହିଁ। ଯଦି କେହି ନିୟମ ଖିଲାପ କରନ୍ତି, ଏ ସ˚କ୍ରାନ୍ତରେ ଥାନାରେ ଆରଟିଓ ପକ୍ଷରୁ ଅଭିଯୋଗ କରାଯିବା ନେଇ ଚେତାବନୀ ଦିଆଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ସ˚କ୍ରମଣ ମାର୍ଚ୍ଚରେ ଆରମ୍ଭ ପରଠାରୁ ମାର୍ଚ୍ଚ ୨୫ ତାରିଖରେ ଲର୍ନର ଲାଇସେନ୍ସ ସେବା ଆରଟିଓରେ ବନ୍ଦ କରିଦିଆଯାଇଥିଲା। ମାର୍ଚ୍ଚ ୧୮ ତାରିଖରୁ ସ୍ଲଟ୍ ବୁକି˚ କାର୍ଯ୍ୟକ୍ରମ ବାତିଲ୍ ହୋଇଥିଲା। ଯେଉଁମାନେ ଏଥିପାଇଁ ଦେୟ ଜମା କରିସାରିଛନ୍ତି, ସେମାନଙ୍କ ଦେୟ ବୈଧ ରହିବ। ଆସନ୍ତା ୧୨ ତାରିଖ ଦିନ ପ୍ରାୟ ୧୧ଟା ପରଠାରୁ ସ୍ଲଟ୍ ବୁକି˚ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଦୈନିକ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକି˚ କରାଯିବ। ଆବେଦନକାରୀ ସକାଳ ୭ଟା ବେଳେ ସ୍ଲଟ୍ ପାଇଁ ଆବେଦନ କଲେ ମନ ପସନ୍ଦର ସ୍ଲଟ୍ ମିଳିପାରିବ। ଯେଉଁମାନେ ଲର୍ନର୍ ଲାଇସେନ୍ସ ପାଇଁ ପୂର୍ବରୁ ଆବେଦନ କରିଛନ୍ତି କେବଳ ସେହିମାନେ ସ୍ଲଟ୍ ବୁକି˚ କରିପାରିବେ। ନୂଆ ଲର୍ନର ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଥିବା ଚାଳକଙ୍କ ପାଇଁ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ। ଲର୍ନର ଲାଇସେନ୍ସ ଟେଷ୍ଟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଲର୍ନର ଲାଇସେନ୍ସ ଟେଷ୍ଟ ପାଇଁ ଆବେଦନକାରୀଙ୍କୁ ୧୫ ମିନିଟ୍ ସମୟ ଦିଆଯିବ। ୧୦ ମିନିଟ୍ ଟେଷ୍ଟ ପାଇଁ ସମୟ ରହିବ। ୨୦ଟି ପ୍ରଶ୍ନରୁ ଅତି କମରେ ୧୨ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।
ଲର୍ନର ଟେଷ୍ଟ ପାଇଁ ଆସୁଥିବା ଆବେଦନକାରୀ ଆରଟିଓ ଅଫିସରେ ୪୫ ମିନିଟରୁ ଅଧିକ ସମୟ ରହିପାରିବେ ନାହିଁ। ଟେଷ୍ଟି˚ ସେଣ୍ଟରକୁ ଆସୁଥିବା ଆବେଦନକାରୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। କଣ୍ଟେନମେଣ୍ଟ ଜୋନରୁ ଆସୁଥିବା ଆବେଦନକାରୀଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ। କେହି ନିୟମ ଭାଙ୍ଗି ଅଫିସରେ ପ୍ରବେଶ କଲେ ପୁଲିସର ସହାୟତା ନିଆଯିବ। ଟେଷ୍ଟ ଦେବାକୁ ଆସୁଥିବା ବେଳେ ଆବେଦନକାରୀ ନିଜ ସହିତ ବନ୍ଧୁ କିମ୍ବା ପରିବାର ଲୋକଙ୍କୁ ଆଣିବା ଉପର କଟକଣା ଲଗାଯାଇଛି। ଅଧିକ ଲୋକ ରୁଣ୍ତ ହେଲେ ସାମାଜିକ ଦୂରତା ଭାଙ୍ଗିବାର ଆଶଙ୍କା ରହିଛି। କୋଭିଡ୍ର ଲକ୍ଷଣ ଥିଲେ ଆବେଦନକାରୀଙ୍କୁ ଟେଷ୍ଟ ଦେବାକୁ ଅନୁମତି ମିଳିବ ନାହିଁ। କୋଭିଡ ଭୟାବହତା ବୃଦ୍ଧି ପାଇଲେ କୌଣସି ମୂହୁର୍ତ୍ତରେ ଲର୍ନର୍ ଲାଇସେନ୍ସ ପାଇଁ ଟେଷ୍ଟ ବାତିଲ କରାଯିବାର ସମ୍ଭାବନା ଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
The post ୮ ମାସ ପରେ ଏଲ୍ଏଲ୍ ଟେଷ୍ଟ ଆରମ୍ଭ : ୧୨ ତାରିଖରୁ ସ୍ଲଟ୍ ବୁକି˚, ୧୬ରୁ ଟେଷ୍ଟ, କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟ ମନା first appeared on Sambad.
from ଜିଲ୍ଲା – Sambad https://ift.tt/3mTQIEA
0 Comments