
ଜୟପୁର : ଜୟପୁର ଟାଉନ ପୁଲିସ ନିକଟରେ ଜଣେ ମହିଳା ସାଂଘାତିକ ଅଭିଯୋଗ ଆଣିଛନ୍ତି। ନିଜ ସ୍ବାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିବା ସହ ତାଙ୍କର ୨୦ଜଣ ପତ୍ନୀ ରହିଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟ ପତ୍ନୀଙ୍କୁ ଘରକୁ ଆଣି ତାଙ୍କୁ ଘରୁ ବାହାର କରିଦେଇଥିବା କହିଛନ୍ତି। ପୁଲିସ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରୁ ବୋଲି ଗୁହାରି କରିଛନ୍ତି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୋଗକାରିଣୀ ମହିଳାଙ୍କ ସ୍ବାମୀ ବି ପାଲଟା ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଖ୍ରୀଷ୍ଟିଆନ୍ ପେଟା ଅଞ୍ଚଳର ସଂଯୁକ୍ତା ପାତ୍ର ନାମ୍ନୀ ଜଣେ ମହିଳା ତାଂକ ସ୍ବାମୀ ପ୍ରଭାତ ଚେଟ୍ଟୀଙ୍କ ନାମରେ ଅଭିଯୋଗ କରିବା ସହ ସେ ବିବାହିତ ହୋଇ ବି ଅନ୍ୟ ୨୦ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ରଖିଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ପ୍ରଭାତଙ୍କ ଦ୍ବାରା ତାଙ୍କର ଦୁଇଟି ସନ୍ତାନ ଥିବା ବେଳେ ସେ ବର୍ତ୍ତମାନ ଅନ୍ୟ ଜଣେ ମହିଳାଙ୍କୁ ରଖିଥିବା ଅଭିଯୋଗ କରିଛନ୍ତି। ଦ୍ବିତୀୟ ସ୍ତ୍ରୀ ନାଁରେ ଘର ଓ ଜମି କରିଥିବା ନେଇ ସଂଯୁକ୍ତା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସ୍ବାମୀ ପ୍ରଭାତ ତାଙ୍କୁ ଘରୁ ବାହାର କରି ଦେଇଥିବା ଯୋଗୁଁ ସେ ବହୁ ହଇରାଣ ହରକତ ହେଉଥିବା କହିଛନ୍ତି। ଅଭିଯୋଗକୁ ନେଇ ପୁଲିସ ଉଭୟପକ୍ଷଙ୍କ ମଧ୍ୟରେ ପ୍ରଥମେ ଆଲୋଚନା କରିଥିଲା। ଶେଷରେ ପୁଲିସ କେସ ନଂ ୩୨୦/୨୦ରେ ଦଫା ୨୯୪, ୩୦୩, ୩୫୪, ୫୦୬ ଓ ୩୪ରେ ପ୍ରଭାତ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିଥିବା କହିଛନ୍ତି ଏସଆଇ ରିଗୋନ କିଣ୍ଡୋ ଓ ତଦନ୍ତକାରୀ ଅଧିକାରୀ ଶୁକ୍ଲା ମଣ୍ଡଳ।
The post ମହିଳାଙ୍କ ସାଂଘାତିକ ଅଭିଯୋଗ : ମୋ ସ୍ୱାମୀଙ୍କ ୨୦ ପତ୍ନୀ first appeared on Sambad.
from ଜିଲ୍ଲା – Sambad https://ift.tt/3p1v03r
0 Comments